ମିଶନ୍‌ ଗ୍ରୀନ୍‌ କ୍ଲିନ୍‌, ପୋଲିସ ଓ ଅବକାରୀ ବିଭାଗ ଜାଳି ଦେଲେ କୋଟି କୋଟି ଟଙ୍କାର ଗଞ୍ଜେଇ

କୋରାପୁଟ ଜିଲ୍ଲାର ମାଓପ୍ରବଣ ଦୁର୍ଗମ ଅଂଚଳରେ ଚାଲିଥିବା ଅବାଧ ଗଞ୍ଜେଇ ଚାଷକୁ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଛି । ମିଳିତ ଚଢାଉ ସହ ବୈପାରିଗୁଡା ବ୍ଲକର ତୋଟାପଡା, ମହୁଲପଦର, ଜି. ମାଳିଗୁଡା, ଜାମଜୋଡି ଅଂଚଳରେ ଚଢାଉ କରି ପ୍ରାୟ ୫ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି । ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଗଛକଟା ମେସିନ ଜରିଆରେ ଗଂଜେଇ ଗଛକୁ କାଟି ନଷ୍ଟ କରାଯିବା ପରେ ତାକୁ ପୋଡ଼ି ଦିଆଯାଇଥିଲା ।

ଏହି ଅବସରରେ ବୈପାରିଗୁଡା ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ବରେ ରହିଥିବାବେଳେ ବୈପାରିଗୁଡା ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମିଶନ ଗ୍ରୀନ କ୍ଲିନରେ ସାମିଲ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.