ସୁନ୍ଦରଗଡର ୩୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରୁ ୧୫୭ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୧୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ର ୩୦, ପୁରୀର ୨୩, ସମ୍ବଲପୁରର ୨୩, ବାଲେଶ୍ବରର ୧୨, ଅନୁଗୁଳର ୯, ଖୋର୍ଦ୍ଧାର ୯, ବରଗଡର ୭,ଜଗତସିଂହପୁରର ୬, କଟକର ୫,ଯାଜପୁରର ୫,ଝାରସୁଗୁଡାର ୪, ବଲାଙ୍ଗିରର ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


ସେହିପରି ଗଜପତିର ୩,ନୂଆପଡାର୩,ଗଞ୍ଜାମ,କେନ୍ଦୁଝରର,କୋରାପୁଟ,ମୟୂରଭଞ୍ଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ସେହିପରି ଭଦ୍ରକ,ବୌଦ୍ଧ,ଦେବଗଡ଼,କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏହା ସହିତ ଷ୍ଟେଟପୁଲର ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ସଂଖ୍ୟା ୩୩୧୮୨୪ରେ ପହଞ୍ଚି ଥିବାର ଟ୍ବିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.