ମୟୂରଭଞ୍ଜ: ଅମରଦା-ରାସଗୋବିନ୍ଦପୁର ରାସ୍ତା ବାଙ୍କବଣ ଠାରେ କାର ସହ ଅଟୋ ମୁହାଁମୁହିଁ ଧକ୍କା, ୧୫ରୁ ଉର୍ଦ୍ଧ୍ବ ଆହତ

ମୟୂରଭଞ୍ଜ(କେନ୍ୟୁଜ୍):  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଷ୍ଟେସନ ଅମରଦା-ରାସଗୋବିନ୍ଦପୁର ରାସ୍ତା ବାଙ୍କବଣ ଠାରେ କାର ସହ ଅଟୋର ମୁହାଁମୁହିଁ ଧକ୍କା। ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।  ଆହତଙ୍କୁ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛିନ୍ତି। ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ରସଗୋବିନ୍ଦପୁର ଅଞ୍ଚଳର ଆହତ ଦିନମଜୁରିଆ ମାନେ ଅଟୋ ଭଡା କରି ଷ୍ଟେସନ ଅମରଦା ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ କାମକରି ଫେରୁଥିବା ବେଳେ ବାଙ୍କବଣ ଠାରେ ଦୁର୍ଘଟଣାର ସୁମ୍ମୁଖୀନ ହୋଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ରସଗୋବିନ୍ଦପୁର ଡାକ୍ତରଖାନା ପରିସର ଲୋକରଣ୍ୟ ହୋଇଯାଇଛି। ଅନ୍ୟପଟେ ନିର୍ଦ୍ଧିଷ୍ଟ ସେହି ସ୍ଥାନରେ ବିଭିନ୍ନ ସମୟରେ ସାଙ୍ଘାତିକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା  ଅଭିଯୋଗ ଆଣି ଉତ୍ତେଜନା ଦେଖା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.