Below header

ଏମିତି ବନ୍ଧୁ ଜଗତେ ନାହିଁ, ଦେଖନ୍ତୁ ପୁଅ କି ଝିଅ ନୁହେଁ ବରଂ ଦିବ୍ୟାଙ୍ଗ ମାଲିକକୁ ସପିଂ କରାଇନେଉଛି ଗୋଟେ କୁକୁର

ସବୁ ମଣିଷ ଚାହାନ୍ତି ଜୀବନରେ ଏମିତି ଜଣେ ବନ୍ଧୁ ରୁହନ୍ତୁ ଯିଏ ତାଙ୍କୁ ତାଙ୍କ ଖରାପ ସମୟରେ ସାହାଯ୍ୟ କରିବ। କିନ୍ତୁ ଏହି ବନ୍ଧୁ ଜଣେ ଯଦି ପଶୁ ହୋଇଥିବେ ତାହାଲେ କଣ ହେବ। ଆପଣ ଭାବୁଥିବେ ପଶୁଟା ବି କିପରି ଜଣେ ମଣିଷକୁ ତାର ଖରାପ ସମୟରେ ସାହାଯ୍ୟ କରିପାରିବ। ଗୋଟେ କୁକୁର ତାର ମାଲିକ ପାଇଁ ଯାହା କରି ଦେଖେଇଛି ତାହାକୁ ଦେଖିଲେ ହୁଏତ ଆପଣଙ୍କ ଆଖିରେ ଲୁହ ଆସିଯିବ। ଆପଣ ଭାବିବେ ଏମିତି ଜଣେ ବନ୍ଧୁ ଯଦି ଜୀବନରେ ରହିଲେ ତାହାଲେ ବୃଦ୍ଧ କାଳେ ପୁଅ ବୋହୁ ଝିଅଙ୍କର ଆଉ ଆବଶ୍ୟକତା ପଡିବନାହିଁ।

ଆପଣ ଦେଖିପାରୁଥିବେ ଜଣେ ଦିବ୍ୟାଙ୍କ ବ୍ୟକ୍ତି ଏକ ହ୍ଵିଲ ଚେୟାରରେ ବସିଛନ୍ତି। ତାଙ୍କର ଗୋଡ ନାହିଁ ଏହି ହ୍ଵିଲ ଚେୟାର ହିଁ ଏକମାତ୍ର ସାହାରା, ଯାହା ଉପରେ ବସି ସେ ମାର୍କେଟକୁ ସପିଂ କରିବାକୁ ଆସିଛନ୍ତି। ଆଉ ତାଙ୍କୁ ମାର୍କେଟକୁ ବୁଲେଇବାକୁ ନେଇ ଆସିଛି ଗୋଟେ କୁକୁର। ଆପଣ ଯଦି ଭଲସେ ନ ଦେଖିବେ ତାହେଲେ ଲାଗିବ ଯେପରି ହ୍ଵିଲ ଚେୟାରରେ ବସିଥିବା ବ୍ୟକ୍ତିଙ୍କ ପଛରେ ବୋଧ ହୁଏ କେହି ମଣିଷ ଛିଡା ହୋଇଛନ୍ତି ଆଉ ବହୁତ ସୁନ୍ଦର ଭାବେ ବ୍ୟକ୍ତିଙ୍କୁ ମାର୍କେଟ ବୁଲାଉଛନ୍ତି। କିନ୍ତୁ ମାଲିକକୁ ବଜାର ବୁଲାଉଛି ଗୋଟେ କୁକୁର। ଆଉ ଏମାନଙ୍କର ଏହି ଦୃଶ୍ୟ ଦେଖିଲେ ବହୁତ ସୁନ୍ଦର ଲାଗୁଛି। ସତେ ଯେପରି କୁକୁରଟି ମାଲିକର ମନ ବୁଝି ସେ କୁଆଡେ ଯିବାକୁ ଚାହୁଁଛନ୍ତି ସେ ଜାଣିଛି। ଆପଣ ବି ଦେଖିପାରୁଥିବେ ଯେ ମାଲିକଙ୍କୁ ନେଲା ବେଳେ କୁକୁରଟି ଆଖ ପାଖକୁ ଲୋକଙ୍କୁ ଚାହୁଁଛି, ଯେପରି ମାଲିକ ସତର୍କ ଏବଂ ସୁରକ୍ଷିତ ଭାବରେ ସପିଂ କରିପାରିବେ।


ଏହାପୂର୍ବରୁ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା, ଯେଉଁଠି ଗୋଟେ କୁକୁର କରୋନା ସଂକ୍ରମିତ ହୋଇଥିବା ମାଲିକଙ୍କୁ ହସପିଟାଲ ଗେଟରେ ଗତ ତିନି ବାସ ଧରି ଅପେକ୍ଷା କରିଛି। ବିଚାରୀ କୁକୁର ଜାଣିନି ଯେ ସେ ଯୋଉ ମାଲିକ ପାଇଁ ଲୁହ ଗଡେଇ ତିନି ମାସ ଧରି ଅପେକ୍ଷା କରିଛି ତାର ସେ ମାଲିକ ଆଉ ଫେରିବେନି, ଚାଲିଯାଇଛନ୍ତି ଅଫେରା ରାଇଜକୁ। କିନ୍ତୁ ଆଡମିଟ୍‌ ହେବା ଦିନରୁ କୁକୁରଟି ସେମିତି ହିଁ ତାର ମାଲିକକୁ ଜଗି ରହିଛି। ସତରେ ଏ ଦୃଶ୍ୟ ଦେଖିବା ପରେ ଲାଗୁଛି ଯେପରି ଏମିତି ଜଣେ ବନ୍ଧୁ ଥିଲେ ଜୀବନରେ ଆଉ କାହାର ଆବଶ୍ୟକତା ବି ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.