Below header

ରକ୍ଷକ ସାଜିଛି ଭକ୍ଷକ, ପୋଲିସ କନେଷ୍ଟେବଳଙ୍କ ବିରୋଧରେ ଆସିଲା ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଅପହରଣ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅପହରଣକାରୀଙ୍କ ଭିତରେ ଜଣେ କନେଷ୍ଟେବଳ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି କନେଷ୍ଟେବଳ ଜଣଙ୍କ ଖଣ୍ଡଗିରି ପୋଲିସ ଷ୍ଟେସନରେ କାର୍ଯ୍ୟରତ ଅଛନ୍ତି । ନିଶାସକ୍ତ ଅବସ୍ଥାରେ କନେଷ୍ଟେବଳଙ୍କ ସମେତ ତିନି ଜଣ ଅଟୋରେ ଜଣେ ମହିଳାଙ୍କୁ ବସାଇ ଏଣେ ତେଣେ ବୁଲାଇଥିଲେ ।  ଅଭିଯୋଗ ଅନୁଯାୟୀ ତାଙ୍କୁ ଥାନାରେ ପହଞ୍ଚାଇ ଦେବାକୁ କହି ହିଁ ସେମାନେ ତାଙ୍କୁ ଅଟୋରେ ବସାଇ ଥିଲେ । କିନ୍ତୁ ତାଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ନପହଞ୍ଚାଇ ରାଜଧାନୀ ରାସ୍ତାରେ ଏଣେ ତେଣେ ବୁଲାଇବା ସହ ତାଙ୍କ ସହ ଅସଦାଚରଣ କରିଥିଲେ ।

କନେଷ୍ଟେବଳଙ୍କ ସମେତ ତିନି ଜଣଙ୍କ ନାଁରେ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ରାଜଧାନୀ ଭୁବନେଶ୍ୱର ସ୍ଥିତ ଶାନ୍ତିପଲ୍ଲୀ ବସିର ବାସିନ୍ଦା ବୋଲି ଜଣାଯାଇଛି । ଘଟଣା ନେଇ ଅଧିକ ତଦନ୍ତ ଚଳାଇଛି ସହିଦ ନଗର ଥାନା ପୋଲିସ । ଖୋଦ ରାଜଧାନୀର ଏକ ଥାନାରେ କାର୍ଯ୍ୟରତ ପୋଲିସ କନେଷ୍ଟେବଳଙ୍କ ବିରୋଧରେ ଅପହରଣ ଅଭିଯୋଗ ଆସିଥିବାରୁ ଏହା ପୋଲିସ ବିଭଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.