ଆରମ୍ଭ ହେଲା Samsung Galaxy M11 ଏବଂ Galaxy M01 ଜବରଦସ୍ତ ସେଲ, ଫୋନରେ ରହିଛି କମାଲ୍‌ ଫିଚର୍ସ

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ବଜେଟ ମୂଲ୍ୟରେ ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି।Samsung Galaxy M11 ଏବଂ Galaxy M01 ସ୍ମାର୍ଟଫୋନରେ ପଞ୍ଚ ହୋଲ ଡିସପ୍ଲେ, ଶାନଦାର କ୍ୟାମେରା ଏବଂ ଦମଦାର ପ୍ରୋସେସର ରହିଛି। ଏହା ଛଡା ଦୁଇଟି ଯାକ ଡିଭାଇସରେ ଆଣ୍ଡ୍ରଏଡ୍‌ ୧୦ର ଅପରେଟିଂ ସିଷ୍ଟମର ସପୋର୍ଟ ମଧ୍ୟ ମିଳିବ।

phone

Samsung Galaxy M11 ଏହି ଫୋନରେ ୩ ଜିବି ରାମ୍‌ ସହିତ ୩୨ ଜିବି ଷ୍ଟୋରେଜ ଏବଂ ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜର ଭାରିଅଣ୍ଟ ରହିଛି। ଏହି ଫୋନର ମୂଲ୍ୟ ଯଥାକ୍ରମେ ୧୦,୯୯୯ ଟଙ୍କା ଏବଂ ୧୨,୯୯୯ ଟଙ୍କା ରହିଛି। Galaxy M01 ଏହି ଫୋନରେ ୩ ଜିବି ରାମ୍‌ ସହିତ ୩୨ ଜିବି ଷ୍ଟୋରେଜ ରହିଥିବା ବେଳେ ଏହାର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ଏହି ଦୁଇଟି ସ୍ମାର୍ଟଫୋନ ବ୍ଲୁ, ବ୍ଲାକ ଏବଂ ଭାଓଲେଟ କଲରରେ ବଜାରରେ ଉପଲବ୍ଧ ହେବ। ଏହି ଦୁଇଟି ଡିଭାଇସର ସେଲ ଆଜି ଦିନ ୩ଟାରୁ ଆମାଜନ, ଫ୍ଲିପକାର୍ଟ ଏବଂ ସାମସଙ୍ଗର ସାଇଟରେ ଆରମ୍ଭ ହେବ।

samsung

Samsung Galaxy M11 ଫୋନରେ ୬.୪ ଇଞ୍ଚର ଡିସପ୍ଲେ ସହିତ ଅକ୍ଟାକୋର ପ୍ରୋସେସର ସପୋର୍ଟ ରହିଛି। ଫୋନରେ ୧୩ ମୋଗାପିକ୍ସେଲ ପ୍ରାଇମେରୀ ସେନସର, ୫ ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ ଆଙ୍ଗଲ ଏବଂ ୨ ମେଗାପିକ୍ସେଲ ଡେପ୍ଥ ସେନସର ରହିଛି। ଏହାଛଡା ଏଥିରେ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ମଧ୍ୟ ରହିଛି।

Galaxy M01 ଫୋନରେ ଡୁଆଲ ରିଅର କ୍ୟାମେରା ସହିତ ୧୩ ମୋଗାପିକ୍ସେଲ ପ୍ରାଇମେରୀ ସେନସର ସହିତ ୨ ମୋଗପିକ୍ସେଲ ସେନସର ରହିଛି। ଏଥିରେ ସେଲଫି ପାଇଁ ୫ ମେଗାପିକ୍ସେଲ କ୍ୟାମେରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.