Below header

ଅମ୍ଫାନ ପରେ ମାଡ଼ି ଆସୁଛି ଆଉ ଏକ ବାତ୍ୟା ‘ନିସର୍ଗ’, ଜାଣନ୍ତୁ ଏଭଳି ନାମକରଣ ପଛର ରହସ୍ୟ

ଅମ୍ଫାନ ଯିବାର ମାସେ ନ ପୂରୁଣୁ ପୁଣି ଆଉ ଏକ ଘୂର୍ଣ୍ଣଝଡ଼ ଭାରତ ଆଡ଼କୁ ମାଡ଼ିଆସୁଛି। ଖାସ୍‌ କରି ଗୁଜରାଟ ଓ ମହାରାଷ୍ଟ୍ରକୁ ଏହି ବାତ୍ୟା ପାଇଁ ଅଧିକ ବିପଦ ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ ଆରବ ସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ଼ ମଙ୍ଗଳବାର ଅପରାହ୍ନରେ ଡିପ୍‌ ଡିପ୍ରେସନ୍‌ର ରୂପ ନେବ। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିବର୍ତ୍ତିତ ହେବ। ବାତ୍ୟା ପାଇଁ ମୁମ୍ବାଇକୁ ଅଧିକ ବିପଦ ଥିବାରୁ ମୁମ୍ବାଇରେ ରେଡ୍‌ ଆଲର୍ଟ ଜାରି କରାଯାଇଛି।

Cyclone Nisarga: Alert sounded in many rural parts of Pune ...

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୧୮୯୧ ପରେ ପ୍ରଥମ ଥର ପାଇଁ ଆରବ ସାଗରରେ ମହାରାଷ୍ଟ୍ରର ସମୁଦ୍ରକୂଳରେ ଏହି ବାତ୍ୟା ସ୍ଥଳ ଭାଗ ସ୍ପର୍ଶ କରିବ। ପୂର୍ବରୁ ୧୯୪୮ ଓ ୧୯୮୦ ମସିହାରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ମାତ୍ର ସୌଭାଗ୍ୟବଶତଃ ତାହା ବାତ୍ୟାର ରୂପ ନେଇନଥିଲା।

ବାଂଲାଦେଶ ଦେଇଛି ନିସର୍ଗର ନାଁ:

ବିଶ୍ୱ ପାଣିପାଗ ବିଭାଗର ୧୩ ଜଣ ସଦସ୍ୟ ବାତ୍ୟାର ନାମକରଣ କରିଥାନ୍ତି। ଏହି ୧୩ ସଦସ୍ୟ ଦେଶ ମଧ୍ୟରେ ବାଲାଂଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ୍‌, ପାକିସ୍ତାନ, କତର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ୟାମନ ସାମିଲ ରହିଛି। ଚଳିତ ଥର ଏହି ଘୂର୍ଣ୍ଣିଝଡ଼ର ନାମ ବାଂଲାଦେଶ ‘ନିସର୍ଗ’ଦେଇଛି। ବାଂଲାଦେଶୀ ଭାଷାରେ ନିସର୍ଗର ଅର୍ଥ ହେଉଛି ପ୍ରକୃତି।

Cyclone Nisarga: Pandemic-hit Mumbai on red alert; heavy rains ...

କାହିଁକି ହୁଏ ବାତ୍ୟା?

ପୃଥିବୀର ବାୟୁମଣ୍ଡଳ ଭଳି ସମୁଦ୍ରର ଉପରିଭାଗରେ ମଧ୍ୟ ବାୟୁ ରହିଥାଏ। ଏହି ପବନ ସବୁବେଳେ ସମୁଦ୍ରରୁ ସ୍ଥଳ ଭାଗ ଆଡ଼କୁ ବହୁଥାଏ। ସମୁଦ୍ର ପାଣି ଗରମ ହେଲେ ତାହା ଉପରେ ଥିବା ପବନ ବି ଗରମ ହୋଇ ହାଲ୍‌କା ହୋଇ ଉପରକୁ ଉଠିଥାଏ। ଏଠାରେ ଥିବା ଖାଲିସ୍ଥାନକୁ ଚାରିପଟୁ ପବନ ଆସି ପୂର୍ଣ୍ଣ କରିଥାଏ। ଫଳରେ ସେହି ସ୍ଥାନର ଚାପ ବଢ଼େ। କିନ୍ତୁ ପୃଥିବୀ ଘୂରୁଥିବାରୁ ଏହି ବାୟୁ ମଧ୍ୟ ଘୂରି ଘୂରି ଘୂର୍ଣ୍ଣଝଡ଼ର ରୂପ ଧାରଣ କରିଥାଏ। ଯାହା ପରେ ଉଗ୍ର ହୋଇ ବାତ୍ୟାର ରୂପ ଧାରଣ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.