Below header

ଏହି ୩ ସ୍ଥାନରେ ଧନ ଦାନ କଲେ ହୋଇଥାଏ ବହୁତ ମହତ୍ୱପୂର୍ଣ୍ଣ, ଜାଣନ୍ତୁ କ’ଣ କହୁଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟର ଜୀବନଶୈଳୀ ଉପରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହା ସବୁ ବୟସର ଲୋକଙ୍କ ପାଇଁ ଶିକ୍ଷଣୀୟ ହୋଇଥାଏ । ଚାଣକ୍ୟ ଦାନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ଯାହାକୁ ସଭିଏଁ ପାଳନ କରିବା ଉଚିତ୍‌ । ଆସନ୍ତୁ ଜାଣିବା କ’ଣ ସେହି କଥା ।

କେଉଁଠି ଦାନ କରିବା ଉଚିତ୍‌

ଚାଣକ୍ୟ କହିଛନ୍ତି ଦାନ କରୁଥିବା ହାତ କୌଣସି ଚୁଡି ପିନ୍ଧୁଥିବା ହାତ ଠାରୁ ବହୁତ ସୁନ୍ଦର ହୋଇଥାଏ । ଯେମିତି ସ୍ନାନ ପରେ ଶରୀର ଶୁଦ୍ଧ ହୋଇଥାଏ । ଚନ୍ଦନ ଓ ସୁଗନ୍ଧରେ ଶରୀର ଯେପରି ଶରୀର ପବିତ୍ର ହୋଇ ନଥାଏ । ସେହିପରି ଦାନ କରିବା ଦ୍ୱାରା ଧନ ବୃଦ୍ଧି ହୋଇ ଥାଏ । ଯେମିତି ଭୋଜନ କଲେ ମନ ତୃପ୍ତି ହୋଇ ନଥାଏ । ସେଥିପାଇଁ ମାନ ସମ୍ମାନର ଆବଶ୍ୟକତା ଥାଏ ।

ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି , କୌଣସି ତୁଷାର୍ତ୍ତକୁ ପାଣି ଓ କ୍ଷୁଦାର୍ତ୍ତକୁ ଅନ୍ନ ଦେବାରେ ଯେଉଁ ପୁଣ୍ୟ ଅର୍ଜନ କରାଯାଏ ,ତା ଠାରୁ ଆଉ କିଛି ବଡ଼ ପୁଣ୍ୟ ନାହିଁ । ସେପରି ମନ୍ତ୍ରରେ ଗାୟତ୍ରୀ ମନ୍ତ୍ର ଠାରୁ ଆଉ କିଛି ମନ୍ତ୍ର ନାହିଁ । ଦ୍ୱାଦଶ ଭଳି ଆଉ କିଛି ତିଥି ନାହିଁ ଓ ମା’ ପରି ବଡ ଦେବତା କିଛି ନାହିଁ । ତେଣୁ ମାତା ପିତାଙ୍କ ସେବା କରିବା କଥା ଯେମିତି ତାଙ୍କର ଆଶିର୍ବାଦ ମିଳୁଥାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.