ଭୁବନେଶ୍ୱର IIT ରେ JRF ଓ ପ୍ରୋଜେକ୍ଟ ଆସୋସିଏଟସ୍‌ ଚାକିରି ଖାଲି, ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଭୂବନେଶ୍ୱର : ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକନୋଲୋଜି(ଆଇଆଇଟି) ଭୁବନେଶ୍ୱର ଉପଯୁକ୍ତ ପ୍ରାର୍ଥୀଙ୍କ ପାଇଁ ଜୁନିଅର ରିସର୍ଚ୍ଚ ଫଲୋ(ଜେଆରଏଫ୍‌) ଓ ପ୍ରୋଜେକ୍ଟ ଆସୋସିଏଟସ ପାଇଁ ଆବେଦନ ପତ୍ର ଆହ୍ଵାନ କରୁଛି । ଏିହ ପଦବୀ ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ କଣ୍ଟ୍ରାକ୍ଟ ବେସିସରେ ନିଯୁକ୍ତି ଦିଆଯିବ ।

ସ୍କୁଲ ଅଫ୍‌ ବେସିକ୍‌ ସାଇନ୍ସରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ରିସର୍ଚ୍ଚ ପ୍ରୋଜେକ୍ଟ କରାଯିବ । ସେହିପରି ଜେଆରଏଫ୍‌ ଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅସ୍ଥାୟୀ କଣ୍ଟ୍ରାକ୍ଟ ବେସିସରେ ନିଯୁକ୍ତି ଦିଆଯିବ । ସ୍କୁଲ ଅଫ୍‌ ଇଲେକ୍ଟ୍ରିକ ସାଇନ୍ସରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ରିସର୍ଚ୍ଚ ପ୍ରୋଜେକ୍ଟ କରାଯିବ ।

ଆଇଆଇଟି ଭୁବନେଶ୍ୱରରେ ଖାଲି ପଦ ସଂଖ୍ୟା

୧. ଜୁନିୟର ରିସର୍ଚ୍ଚ ଫେଲୋ(ଜେଆରଏଫ) –୧ ପଦବୀ

ପ୍ରୋଜେକ୍ଟ ନାମ- ରୋଡ ସେପ୍ଟି ପାଇଁ ସପ୍ଟେଓ୍ଵୟାର ଡିଫାଇଣ୍ଡ ରାଡର ର ବିକାଶ

ଫଣ୍ଡିଂ ଏଜେନ୍ସି – ଓଡ଼ିଶା ରୋଡ୍‌ ସେପ୍ଟି ସୋସାଇଟି,ଓଡ଼ିଶା

ଦରମା – ମାସକୁ ୩୧,୦୦୦ ଟଙ୍କା

ପ୍ରୋଜେକ୍ଟର ସମୟସୀମା – ୨ ବର୍ଷ (୩୦-୦୩-୨୦୨୧ ରୁ ୨୯-୦୩-୨୦୨୩ ଯାଏ )

ନିଯୁକ୍ତିର ସମୟ – ଗୋଟିଏ ବର୍ଷ ପାଇଁ କିମ୍ବା ପ୍ରୋଜେକ୍ଟ ଶେଷ ହେବା ଯାଏ ,ଯାହା ଶୀଘ୍ର ହେବ ।

ନିଯୁକ୍ତି ପ୍ରକ୍ରିୟା – ସାକ୍ଷାତକାର ଦ୍ୱାରା

ଆବେଦନର ଶେଷ ତାରିଖ – ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ ମାଧ୍ୟମରେ ୨୦୨୨ ନଭେମ୍ବର ୧୫ ପୂର୍ବରୁ ଆବେଦନ କରି ପାରିବେ ।

୨. ପ୍ରୋଜେକ୍ଟ ଆସୋସିଏଟସ- ୧ ପଦବୀ

ପ୍ରୋଜେକ୍ଟ ନାମ- ଇଣ୍ଡିଜେନସ ଡେଭଲପମେଣ୍ଟ ଅଫ୍‌ କଣ୍ଟ୍ରୋଲଡ ଇଣ୍ଟରଫର୍ମଟୋରୀ ବେସଡ ହାଇ ଟେମ୍ପରଚର ଇଣ୍ଡଷ୍ଟ୍ରିଆଲ ଫ୍ଲୋ ମେଜରମେଣ୍ଟ ଡିଭାଇସ ।

ଫଣ୍ଡିଂ ଏଜେନ୍ସି – DST

ଦରମା – ମାସକୁ ୪୭,୦୦୦ ଟଙ୍କା + HRA @16%

ପ୍ରୋଜେକ୍ଟର ସମୟସୀମା – 3 ବର୍ଷ (୦୧-୦୩-୨୦୨୧ ରୁ ୨୮-୦୨-୨୦୨୩୪ ଯାଏ )

ନିଯୁକ୍ତିର ସମୟ – ଗୋଟିଏ ବର୍ଷ ପାଇଁ, ଏହା ସନ୍ତୋଷଜନକ କାର୍ଯ୍ୟ ପାଇଁ ବୃଦ୍ଧି କରାଯାଇପାରେ ।

ନିଯୁକ୍ତି ପ୍ରକ୍ରିୟା – ସାକ୍ଷାତକାର ଦ୍ୱାରା

ଆବେଦନର ଶେଷ ତାରିଖ – ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ ମାଧ୍ୟମରେ ୨୦୨୨ ନଭେମ୍ବର ୧୫ ପୂର୍ବରୁ ଆବେଦନ କରି ପାରିବେ ।
ସବିଶେଷ ବିବରଣୀ ପାଇଁ visit the official IIT Bhubaneswar website or click HERE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.