ଟି-୨୦ ବିଶ୍ୱ କପରେ ରେକର୍ଡ଼ କଲ ସୂର୍ଯ୍ୟ କୁମାର, ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ତାଲିକାରେ ସାମିଲ

(କେନ୍ୟୁଜ୍‌ ବ୍ୟୁରୋ): ପୁଣିଥରେ ରନ୍‌ ବର୍ଷା କଲେ ଭାରତୀୟ ଯୁବ ଷ୍ଟାର କ୍ରିକେଟର ସୂର୍ଯ୍ୟ କୁମାର ଯାଦବ । ଟି-୨୦ ବିଶ୍ୱକପରେ ମେଲବର୍ଣ୍ଣରେ ଖେଳା ଯାଇଥିବା ମ୍ୟାଚରେ ସୂର୍ଯ୍ୟ କୁମାରଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ୍‌ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ସେ ଧୂଆଁଧାର ବ୍ୟାଟିଂ କରିମାତ୍ର ୨୫ ବଲ୍‌ରୁ ଅପରାଜିତ ୬୧ ରନ ସଂଗ୍ରହ କରିଥିଲେ । ଏହି ଧମାକାଦାର ଅର୍ଦ୍ଧଶତକରେ ୬ଟି ଚୌକା ଓ ୪ଟି ବିରାଟ ଛକା ସାମିଲ ଅଛି । ଏହି ୬୧ ରନ ସହ ସୂର୍ଯ୍ୟ କୁମାର ୨୦୨୨ ସିଜିନ୍‌ରେ ଟି-୨୦ କ୍ରିକେଟରେ ୧ ହଜାର ରନ ପୂର୍ଣ୍ଣ କରିଛନ୍ତି । ଏହା ସହିତ ଟି-୨୦ ବିଶ୍ୱକପରେ ଟପ୍‌ ସ୍କୋରର ଭାବରେ ଉଭା ହୋଇଛନ୍ତି । ଖାଲି ସେତିକି ନୁହେଁ, ସେ ଆଇସିସି ଟି-୨୦ ର‍୍ୟାଙ୍କିଙ୍ଗ୍‌ରେ ନମ୍ବର ୧ ସ୍ଥାନରେ ଅଛନ୍ତି । ଗୋଟିଏ ବର୍ଷ ଭିତରେ ଟି-୨୦ କ୍ରିକେଟରେ ୧ ହଜାର ରନ ପୂର୍ଣ୍ଣ କରିବାର ରେକର୍ଡ ତାଙ୍କ ନାଁରେ ଯୋଡ଼ିଛନ୍ତି । ଏହି ରେକର୍ଡ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।

ଟି-୨୦ ବିଶ୍ୱକପ ୨୦୨୨ରେ ସୂର୍ଯ୍ୟ କୁମାର ଯାଦବ ଦମଦାର ଫର୍ମରେ ଅଛନ୍ତି । ସେ ଲଗାତାର ଭାବେ ବଢ଼ିଆ ବୃାଟିଂ କରି ଚାଲିଛନ୍ତି । ନେଦରଲାଣ୍ଡ୍‌ସ, ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାେଓ୍ଵ ବିପକ୍ଷରେ ଯଥାକ୍ରମେ ୫୧, ୬୮ ଏବଂ ୬୧ ରନର ବିସ୍ଫୋରକ ପାଳି ଖେଳି ମୋଟ ୫ଟି ମ୍ୟାଚରୁ ୨୨୫ ରନ ସଂଗ୍ରହ କରିଛନ୍ତି ।

ପ୍ରାୟ ବର୍ଷେ ହେବ ଭାରତୀୟ ଟିମ୍‌ ସୂର୍ଯ୍ୟ କୁମାର ଯାଦବଙ୍କୁ ୪ ନମ୍ବର ପୋଜିସନ୍‌ରେ ଖେଳାଉଛି । ଏହି ଅର୍ଡରରେ ସେ ଖୁବ୍‌ ଭଲ ଖେଳୁଛନ୍ତି । ଦଳ ସୂର୍ଯ୍ୟଙ୍କ ଉପରେ ଭରସା ବି କରୁଛି । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଦଳକୁ ସବୁ ବେଳେ ଫାଇଦା ଦେଇଛି । ସେ ଏହି ବର୍ଷ ଟି-୨୦ କ୍ରିକେଟରେ ୩୮ଟି ମ୍ୟାଚ୍‌ ଖେଳି ୧୨୦୯ ରନ ସ୍କୋର କରିଛନ୍ତି । ଯେଉଁଥିରେ ଗୋଟିଏ ବିସ୍ଫୋରକ ଶତକ ମଧ୍ୟ ସାମିଲ ଅଛି ।… ଏବେ ଦେଖିବାର କଥା ସେମିଫାଇନାଲ୍‌ରେ ସୂର୍ଯ୍ୟ କଣ ଜଲଓ୍ଵା ଦେଖାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.