Below header

Viral Video: ବାହାଘର ଫଟୋଶୁଟ ବେଳେ କ୍ୟାମେରାମ୍ୟାନଙ୍କୁ କଷିକି ଚାପୁଡ଼ା ମାରିଲେ ବର, ଏତିକି ବେଳେ କନ୍ୟାର ହସ ଦେଖିଲେ ଆପଣ ବି ହୋଇଯିବେ ଫିଦା

ଏବେ ଚାଲିଛି ବିବାହ ଋତୁ। ବର-କନ୍ୟାଙ୍କୁ ନେଇ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଠିକ୍‌ ଏମିତି ହିଁ ଏକ ଭିଡିଓ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଭିଡିଓଟି ଏହିଭଳି ଯେ, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଏଥିରେ ଆପଣ ଦେଖିପାରିବେ, ବାହାଘର ଫଟୋଶୁଟ ବେଳେ ଫଟୋଗ୍ରାଫର କନ୍ୟାର ଅତି ପାଖକୁ ଆସି ତାଙ୍କୁ ମୁଁହକୁ ଫୋକସ୍‌ କରୁଛନ୍ତି ଏବଂ ପୋଜ୍‌ ଦେବା ବିଷୟରେ କହୁଛନ୍ତି। ଆଉ ଏତିକି ବେଳେ କଡ଼ରେ ଛିଡ଼ା ହୋଇଥିବା ବର ଫଟୋଗ୍ରାଫରଙ୍କ ଉପରେ ଭୀଷଣ ରାଗି ଯାଉଛନ୍ତି ଏବଂ ତାଙ୍କୁ କଷିକରି ଚାପୁଡ଼ା ପକାଉଛନ୍ତି।

ଏହା ଦେଖି କନ୍ୟା ଜୋର୍‌ରେ ହସିବାକୁ ଲାଗୁଛନ୍ତି। ସେ ଏତେ ହସୁଛନ୍ତି ଯେ ହସି ହସି ଷ୍ଟେଜ୍‌ ଉପରେ ହିଁ ଗଳି ପଡ଼ୁଛନ୍ତି। ଏତିକିରେ ବି ତାଙ୍କ ହସ ବନ୍ଦ ହେଉନାହିଁ। ସେ ଲଗାତାର ହସି ଚାଲିଛନ୍ତି। ଭିଡିଓରେ କନ୍ୟା ଏହିଭଳି ଭାବେ ହସୁଥିବାର ଦେଖି ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଖୁବ୍‌ ତାରିଫ୍‌ କରିଛନ୍ତି। ଭିଡିଓଟି ଲୋକଙ୍କ ହୃଦୟ ଜିତିବା ସହ ପସନ୍ଦ ମଧ୍ୟ ଆସିଛି।

ତେବେ କିଛି ଲୋକଙ୍କୁ ବରର ହରକତ ବହୁତ ଖରାପ ଲାଗିଛି। ସେହିପରି ଆଉ କିଛି ଲୋକ ଏହି ଭିଡିଓକୁ ପ୍ରାଙ୍କ୍‌ ବା ଫେକ୍‌ ବୋଲି କହିଛନ୍ତି। ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକେ ଏହା ଉପରେ ଜମେଇ କି କମେଣ୍ଟସ୍‌ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.