Below header

କୋଣାର୍କ ରୋଡ୍ ଟିକନାସ୍ଥିତ ଜେଲ୍‌ରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ପୁରୀ: ବିଚାରଧୀନ କଏଦୀର ମୃତ। କୋଣାର୍କ ରୋଡ ଟିକନାସ୍ଥିତ ଜେଲ୍‌ରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣର ଶ୍ରୀଧର ଦାସ।

ଗତକାଲି ଜେଲ୍‌ରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ଯୁ ହୋଇଥିଲା। ରାମଚଣ୍ଡୀ ଥାନା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଛେଦ କରାଯାଇଛି। ତେବେ ଜେଲ୍‌ ଭିତରେ ଜଣେ କଏଦୀ ଶ୍ରୀଧରଙ୍କୁ ମାଡ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.