ଉତ୍ତରାଖଣ୍ଡରେ ବଡ଼ ହିମସ୍ଖଳନ…ଦେଖନ୍ତୁ ଭିଡିଓ : ଭାଙ୍ଗିଲା ପାୱାର ପ୍ରୋଜେକ୍ଟ ଡ୍ଯାମ୍, ୧୭୦ ଲୋକ ନିଖୋଜ, ୭ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଏକ ବଡ ଗ୍ଲେସିୟର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଫଳରେ ଏକ ବଡ ବିପର୍ଯ୍ୟୟ ନେଇ ଆଶଙ୍କା କରାଯାଉଛି । ମିଳିଥିବା ସୁଚନା ଅନୁଯାୟୀ ଏଥିରେ ପ୍ରାୟ ୧୭୦ ଜଣ ଲୋକ ନିଖୋଜ ହୋଇଥିବା ବେଳେ ୭ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ତେବେ ରାଜ୍ୟର ଚମୋଲୀ ଜିଲ୍ଲାରେ ବଡ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି । ଏହି ଗ୍ଲେସିୟର ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଭାଙ୍ଗିଛି । ଏଥିରେ ଅନେକ ଘର ଭାଙ୍ଗିରୁଜି ଯାଇଥିବା ବେଳେ ଧଉଳୀଗଙ୍ଗା ନଦୀରେ ଗ୍ଲେସିୟର ପ୍ରବାହିତ ହେଉଛି । ପ୍ରଶାସନ ପକ୍ଷରୁ ୨୦୦ରୁ ଉର୍ଦ୍ଧ୍ବ ଆଇଟିପିବି ଯବାନ , ଏସଡିଆରଜିର ୧୦ ଟି ଟିମ୍ ଘଟଣା ସ୍ଥଳରେ ପହଞ୍ଚିସାରିଲାଣି। ଏଥିପାଇଁ ହରିଦ୍ବାର, ଋଷିକେଶ ଏବଂ ଶ୍ରୀନଗର ଆଲର୍ଟ ଜାରି ହୋଇଛି।

ମିଳିଥିବା ରିପୋର୍ଟ ଅନୁସାରେ, ଚମୋଲୀ ଜିଲ୍ଲାର ରେଣୀ ଗ୍ରାମରେ ଗ୍ଲେସିୟର ଭାଙ୍ଗିଯିବାରୁ ଏଠାରେ ଥିବା ପାଓ୍ୱାର ପ୍ରକଳ୍ପ ଋଷି ଗଙ୍ଗାରେ ବ୍ୟାପକ କ୍ଷତି ହୋଇଛି । ଏହାସହିତ ଧଉଳଗଙ୍ଗା ଗ୍ଲାସିୟର ଭାଙ୍ଗିବା ସହିତ ତପୋବନ ବ୍ଯାରେଜକୁ ବଡ କ୍ଷତି ପହଞ୍ଚିଛି। ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିଛି । ଏବେସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଏହି ଘଟଣାରେ ଜାଲମାଲରେ ଅଧିକ କ୍ଷୟକ୍ଷତି ହୋଇଛି । ସକାଳ ୮ଟାରୁ ୯ଟା ମଧ୍ୟରେ ଏହି ଅଘଟଣ ଘଟିଛି । ଖବର ଆସିବା ପରେ ପ୍ରଶାସନ ଆଲର୍ଟରେ ରହିଛି । ଏନଡିଆରଏଏଫ ଟିମକୁ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି । ଗ୍ଲେସିୟରଟି ଚମୋଲୀ ହୋଇ ଋଷିକେଷରେ ପହଁଚିବ । ଏପରିକି ଜୋଶୀମଠ ଓ ଶ୍ରୀନଗର ଯାଏଁ ହାଇ ଆଲର୍ଟ ଜାରି କରାଯାଇଛି ।

ଏହା ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ କହିଛନ୍ତି ଯେ, ଚମୋଲୀ ଜିଲ୍ଲାରେ ବିପର୍ଯ୍ୟୟ ନେଇ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳକୁ ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି । ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସେ ଭରସା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.