Below header

କଣ୍ଟାବାଞ୍ଜି ଗଞ୍ଜାବାହାଲ ଛକ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି: ରାସ୍ତା କଡରୁ ମୃତଦେହ ଉଦ୍ଧାର । କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ବେଲପଡା ରାସ୍ତାର ଗଞ୍ଜାବାହାଲ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଗଞ୍ଜାବାହାଲର ଗଣ ବଛା । ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗଣ କିଛି ସାଙ୍ଗଙ୍କ ସହ ବେଲପଡା ଗାଁରେ ଭୋଜି କରିବାକୁ ଯାଇଥିଲେ ।

ଭୋଜି ପରେ ଘରକୁ ଫେରିବା ନେଇ ତାଙ୍କ ଭାଇଙ୍କୁ ଫୋନ୍‌ କରିଥିଲେ । ପରେ ଆଉ ଘର ଲୋକଙ୍କ ଫୋନ୍‌ ଉଠାଇନଥିଲେ । ସକାଳୁ ରାସ୍ତା ଉପରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.