Below header

ଏଠି ମଣିଷ ନୁହେଁ, ବରଂ ହାତୀକୁ ଦିଆଯାଇଥିଲା ଫାଶୀ! ଜାଣନ୍ତୁ, ୧୯୧୬ ମସିହାରେ କାହିଁକି ଘଟିଥିଲା ଏଭଳି ଲୋମଟାଙ୍କୁରା ଘଟଣା

ଏ ପର୍ଯ୍ୟନ୍ତ ଆପଣ ମଣିଷକୁ ଫାଶୀ ଦିଆଯିବା କଥା ଶୁଣିଥିବେ। କିନ୍ତୁ ଏମିତି କୌଣସି କାହାଣୀ କିମ୍ବା ଖବର ଶୁଣି ନ ଥିବେ, ଯେଉଁଠି ମଣିଷ ନୁହେଁ ବରଂ ଜୀବଜନ୍ତୁଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଉଛି। ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ, ଯେଉଁଠି ଏକ ହାତୀକୁ ଫାଶୀ ଦଣ୍ଡ ଦିଆଯାଇଥିଲା। ଘଟଣାଟି ଘଟିଥିଲା ପାଖାପାଖି ୧୦୪ ବର୍ଷ ପୂର୍ବେ। ଆଉ ଏହାକୁ ଆମେରିକାର ଅଧିକରୁ ଅଧିକ ଲୋକ ସମର୍ଥନ କରିଥିଲେ।

kk

୧୯୧୬ ସେପ୍ଟେମ୍ବର ୧୩ରେ ଆମେରିକାର ଟେନେସି ରାଜ୍ୟରେ ‘ମେରୀ’ ନାମକ ହାତୀକୁ ଫାଶୀ ଦିଆଯାଇଥିଲା। ଏହି ସମୟରେ ୨୦୦୦ ଲୋକ ଉପସ୍ଥିତ ଥିଲେ। ହାତୀକୁ ଫାଶୀ ଦେବା ପଛରେ ଏକ ଅଜବ କାରଣ ଥିଲା। ଚାର୍ଲି ସ୍ପାର୍କ ନାମକ ବ୍ୟକ୍ତି ଟେନେସିରେ ‘ସ୍ପାର୍କ ୱାର୍ଲଡ ଫେମସ ଶୋ’ ନାଁରେ ଏକ ସର୍କସ ଚଲାଉଥିଲେ। ଏଥିରେ ଅନେକ ଜୀବଜନ୍ତୁ ସାମିଲ ଥିଲେ, ସେମାନଙ୍କ ମଧ୍ୟରେ ମେରୀ ହାତୀ ମଧ୍ୟ ଥିଲା। ଏହି ଏସିଆନ ହାତୀର ଓଜନ ପାଖାପାଖି ୫ ଟନ ଥିଲା।

କୁହାଯାଉଛି, ମେରୀ ସର୍କସର ମୁଖ୍ୟ ଆକର୍ଷଣ ଥିଲା। ଦିନେ କୋୖଣସି କାରଣରୁ ମେରୀର ମାହୁନ୍ତ ସର୍କସ ଛାଡ଼ିଦେଲେ। ଏହାପରେ ସର୍କସ ମାଲିକ ତାଙ୍କ ଜାଗାରେ ଅନ୍ୟ ଜଣେ ମାହୁନ୍ତକୁ ରଖିଦେଲେ। ସେପଟେ ନୂଆ ମାହୁନ୍ତକୁ ମେରୀ ବିଷୟରେ ବେଶି କିଛି ଜଣା ନ ଥିଲା। ତେଣୁ ମେରୀକୁ କଣ୍ଟ୍ରୋଲ କରିବାରେ ତାଙ୍କୁ ଅସୁବିଧା ହୋଇଥିଲା।

kkl

ଏହାରି ଭିତରେ ଦିନେ ସର୍କସର ପ୍ରମୋଶନ ପାଇଁ ସହରରେ ପରେଡର ଆୟୋଜନ କରାଗଲା, ଯେଉଁଥିରେ ମେରୀ ସମେତ ସମସ୍ତ ଜୀବଜନ୍ତୁ ଏବଂ କଳାକାର ସାମିଲ ହୋଇଥିଲେ। ସମସ୍ତେ ରାସ୍ତାରେ ଯାଉଥିବା ବେଳେ ମେରୀର ଆଖି କୋୖଣସି ଏକ ଖାଦ୍ୟ ଜିନିଷ ଉପରେ ପଡ଼ିଥିଲା ଏବଂ ସେ ଆଗକୁ ଦୌଡ଼ିଗଲା। ହାତୀକୁ ରୋକିବା ପାଇଁ ନୂଆ ମାହୁନ୍ତ ବହୁତ ଚେଷ୍ଟା କରିଥିଲେ ମଧ୍ୟ ହାତୀ ବୋଲ ମାନି ନ ଥିଲା। ଫଳରେ ମାହୁନ୍ତ ହାତୀ କାନ ତଳେ ଶକ୍ତ ଚଟକଣି ମାରିଥିଲେ। ଏଥିରେ ହାତୀ ରାଗି ଯାଇ ମାହୁନ୍ତକୁ ତା ଶୁଣ୍ଢରେ ତଳେ କଚାଡି ଦେଇଥିଲା ଏବଂ ତାଙ୍କ ଉପରେ ପାଦ ପକାଇଦେଇଥିଲା। ଫଳରେ ମାହୁନ୍ତ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

kj

ଏହି ଘଟଣାକୁ ନେଇ ଲୋକେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ପରଦିନ ଖବର ବିଜୁଳି ବେଗରେ ବ୍ୟାପିଯିବା ପରେ ପରିସ୍ଥିତି ଆହୁରି ଭୟଙ୍କର ହୋଇଉଠିଥିଲା। ସହର ସାରା ଲୋକେ ସର୍କସ ମାଲିକଙ୍କୁ ଘେରି ହାତୀକୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲେ। ମୃତ୍ୟଦଣ୍ଡ ନ ଦେଲେ ଆଗକୁ ସହରରେ ଆଉ ସର୍କସ ପାଇଁ ଅନୁମତି ଦିଆଯିବନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ। କେହି କେହି ହାତୀକୁ ଟ୍ରେନ ଲାଇନରେ ଫିଙ୍ଗିଦେବାକୁ କହିଥିଲେ ତ ଆଉ କିଏ କରେଣ୍ଟ ଦେଇ ମାରିଦେବାକୁ କହିଥିଲେ।

n33

ଶେଷରେ ସର୍କସ ମାଲିକଙ୍କୁ ସମସ୍ତଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବାକୁ ପଡ଼ିଥିଲା ଏବଂ ସେ ମେରୀକୁ ମୃତ୍ଯୁଦଣ୍ଡ ଦେବାକୁ ରାଜି ହୋଇଥିଲେ। ଏହି ନିଷ୍ପତ୍ତି ପରେ ୧୦୦ ଟନ ଓଜନର ଏକ କ୍ରେନ ମଗାଯାଇଥିଲା। ୧୯୧୬ ସେପ୍ଟେମ୍ବର ୧୩ରେ ମେରୀକୁ ହଜାର ହଜାର ଲୋକଙ୍କ ସାମ୍ନାରେ ଫାଶିଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.