Below header

ଆଜିଠୁ ମାତା ବୈଷ୍ଣୋଦେବୀଙ୍କ ପୀଠକୁ ଯାତ୍ରା ବନ୍ଦ କଲେ ଜାମ୍ମୁ ଓ କାଶ୍ମୀର ସରକାର

ଶ୍ରୀନଗର: କରୋନା ଭାଇରସ୍‌ର ପ୍ରଭାବ ସାରା ବିଶ୍ୱରେ ପଡ଼ିଥିବାରୁ ଜନ ଗହଳି ସ୍ଥାନଠୁ ଦୂରରେ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ହିନ୍ଦୁମାନଙ୍କର ଧାର୍ମିକ ସ୍ଥଳି ମାତା ବୈଷ୍ଣୋଦେବୀଙ୍କ ପୀଠକୁ ଯାତ୍ରା ବନ୍ଦ କରିଛନ୍ତି ଜାମ୍ମୁ ଓ କାଶ୍ମୀର ସରକାର । ଜାମ୍ମୁ କାଶ୍ମୀରକୁ ଯାତାୟତ କରୁଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ବସ୍‌ ସେବାକୁ ବନ୍ଦ କରିଦିଆଯାଇଛି ।

 

Vaishno_devi3.jpg-2ମଙ୍ଗଳବାର ବୈଷ୍ଣୋଦେବୀ ଧାମ ସ୍ଥିତ ଅର୍ଦ୍ଧ କୁମ୍ବାରୀ ଗୁମ୍ଫାକୁ ବନ୍ଦ କରି ଦିଆଯାଇଥିଲା । ସେଠାରେ ଥିବା ହଷ୍ଟେଲ ସବୁ ଖାଲି କରାଯାଇ ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଉଛି ।

ଶ୍ରୀନଗରରେ ସମସ୍ତ ସ୍କୁଲ,କଲେଜ ଓ ହୋଟେଲ ଢ଼ାବା ଆଦିକୁ ବନ୍ଦ କରିଦିଆଯାଇଛି । କାର୍‌ଗିଲ୍‌ ସେକ୍ଟରରେ ଧାରା ୧୪୪ ଜାରି କରାଯାଇଛି । ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ସେଠାରେ ବାର୍‌ ଆସୋସିଏସନ୍‌ କାମ ବନ୍ଦ କରିବାକୁ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.