ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ଚାରି ପ୍ରାର୍ଥୀ, ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କଲେ ରିଟର୍ଣ୍ଣିଂ ଅଫିସର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡିର ଚାରି ପ୍ରାର୍ଥୀ । ସୁବାସ ସିଂ, ସୁଜିତ କୁମାର, ମୁନା ଖାଁ ଓ ମମତା ମହନ୍ତଙ୍କ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଏପ୍ରିଲ ୨ ତାରିଖରେ ରାଜ୍ୟସଭାରେ ସେମାନେ ଶପଥ ନେବେ । କୌଣସି ପ୍ରାର୍ଥୀ ନଥିବାରୁ ସେମାନେ ନିର୍ବାଚିତ ହୋଇଛନ୍ତି । ସରୋଜିନୀ ହେମ୍ବ୍ରମ୍‌, ନରେନ୍ଦ୍ର କୁମାର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଖାଲି ପଡ଼ିଛି ଅନୁଭବ ମହାନ୍ତିଙ୍କ ଆସନ । ଏହି ଚାରିଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେଡିର ଚାରି ପ୍ରାର୍ଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.