ଚୀନ୍‌ ତିଆରି କଲା କରୋନା ଭାଇରସ୍‌ ଟୀକା, ଜଲଦି ସୁସ୍ଥ ହେବେ ସମସ୍ତ ରୋଗୀ

ଚୀନ୍‌ର ବୁହାନ ସହରରୁ ସୃଷ୍ଟ କରୋନା ଭାଇରସ୍‌ ଏବେ ସାରା ପୃଥିବୀରେ ଦମନ ଲୀଳା ଚଳାଇଥିବା ବେଳେ ଏହାକୁ ରୋକିବାକୁ ଟୀକା ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଛି ଖୋଦ୍‌ ଚୀନ୍‌। ଚୀନ୍‌ର ବୈଜ୍ଞାନିକମାନେ ତିଆରି କରିଥିବା କରୋନା ଟୀକାକୁ ମଣିଷଙ୍କ ଉପରେ ପରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି। ଏହା ଚୀନ୍‌ର ପ୍ରଥମ ଟୀକା, ଯାହାକୁ ‘ଟର୍ମିନେଟର ଅଫ୍‌ ଇବୋଲା’ କୁହାଯାଉଥିବା ଦେଶର ଶୀର୍ଷ ସୈନ୍ୟ ଜୈବ-ଯୁଦ୍ଧ ବିଶେଷଜ୍ଞ ପ୍ରସ୍ତୁତ କରିଛନ୍ତି। ଇତି ମଧ୍ୟରେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ଚୀନ୍‌ରେ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମଣକୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି।

corona

ରିସର୍ଚ୍ଚରମାନେ ମଙ୍ଗଳବାର ରାତିରେ ଘୋଷଣା କରିଛନ୍ତି ଯେ ସରକାର ସେମାନଙ୍କୁ ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ଭାଇରସ୍‌କୁ ମୂଳପୋଛ କରିବା ପାଇଁ ଟୀକା ହିଁ ସବୁଠାରୁ ବଡ଼ ଅସ୍ତ୍ର। ଯଦି ଆମେ ଏହି ଅସ୍ତ୍ର ତିଆରି କରି ରୋଗୀଙ୍କୁ ବଞ୍ଚାଇବାରେ ସଫଳ ହେଉଛୁ, ତେବେ ଏହା ଚୀନ୍‌ର ଛବି ଓ ବିଜ୍ଞାନ କ୍ଷେତ୍ରରେ ଆମ ପାରଦର୍ଶିତାକୁ ପ୍ରମାଣିତ କରିବ।

corona2

ଚୀନ୍‌ର ରିସର୍ଚ୍ଚକର୍ତ୍ତା କହିଛନ୍ତି ଯେ ଆମେ ବହୁ ପରିମାଣରେ ଏହି ଟୀକା ପ୍ରସ୍ତୁତ କରୁଛୁ। ପ୍ରାୟ ମାସେ କାଳ ଏହି ଟୀକା ଉପରେ ଗବେଷଣା କରିବା ପରେ ଆମେ ଏହାକୁ ତିଆରି କରିଛୁ ବୋଲି ସେ କହିଛନ୍ତି। ଏଥିରେ ଇବୋଲାର ଟୀକାର ମଧ୍ୟ ଅଧ୍ୟୟନ କରାଯାଇଛି। ଚୀନ୍‌ର ସରକାରୀ ମିଡିଆ ମୁତାବକ ଏହି ବୈଜ୍ଞାନିକଙ୍କ ଟିମ୍‌ ୨୦୦୩ ମସିହାରେ ସାର୍ସ ବ୍ୟାପିବା ପରେ ମେଡିକାଲ ସ୍ପ୍ରେ ପ୍ରସ୍ତୁତ କରିଥିଲେ। ଏହି ସ୍ପ୍ରେ ଦ୍ୱାରା ୧୪ ହଜାର ମେଡିକାଲ କର୍ମଚାରୀଙ୍କ ଜୀବନ ବଞ୍ଚିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.