Below header

କରୋନା ରୋକିବାକୁ କେରଳ ପୋଲିସର ନିଆରା ଉଦ୍ୟମ, ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ ଥରେ ପକାନ୍ତୁ ନଜର

ଭାରତରେ ବର୍ତ୍ତମାନ କରୋନା ଭାଇରସ ଦ୍ଵିତୀୟ ଷ୍ଟେଜରେ ରହିଛି । ଯାହାର ଅର୍ଥ ହେଉଛି ଏହି ଭାଇରସ ଲୋକମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଅତ୍ୟଧିକ ସଂକ୍ରମଣ ହୋଇନାହିଁ । ଭାରତରେ ପ୍ରାୟ ୧୪୮ ଲୋକ ସଂକ୍ରମିତ ହୋଇଥିବା ବେଳେ ୩ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି । ତେବେ କରୋନା ଭାଇରସକୁ ଷ୍ଟେଜ ୩ ରେ ନପହଞ୍ଚାଇବାକୁ ଭାରତ ଚେଷ୍ଟା ଜାରି ରଖିଛି । ଏପରିସ୍ଥଳେ ଲୋକମାନେ ସୋସିଆଲ ମିଡ଼ିଆ ଜରିଆରେ କରୋନା ଭାଇରସ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । କିପରି ନିଜ ହାତକୁ ଠିକ ଭାବେ ସଫା କରିବେ ସେ ନେଇ କେରଳ ପୋଲିସ ନୃତ୍ୟ ମାଧ୍ୟମରେ ସଚେତନ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

କେରଳ ଷ୍ଟେଟ୍‌ ପୋଲିସ ମିଡିଆ କେନ୍ଦ୍ର ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ, ଠିକରେ ହାତ ସଫା କରିବା ପ୍ରକ୍ରିୟାକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଏହା ସହିତ କ୍ୟାପ୍ସନରେ ଲେଖାଯାଇଛି ‘ଡରିବାର ଆବଶ୍ୟକତା ନାହିଁ । ଆସନ୍ତୁ ଏକା ସହ ମିଶି କାମ କରିବା । ଆମେ ଆପଣଙ୍କ ସହିତ ଅଛୁ ।’ ଏକ ମିନିଟ୍‌ ୪ ସେକେଣ୍ଡର ଏହି ଭିଡିଓ ଆୟାପ୍ପାନୁମ୍‌ କୋସିୟମ ସିନେମାର କଲାକଥା ଗୀତରେ ନାଚୁଛନ୍ତି ପୋଲିସ କର୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.