କରୋନା ପାଇଁ ବନ୍ଦ ହୋଇଗଲା ପାରସ ଓ ଶେହେନାଜଙ୍କ ବିବାହ ଶୋ “Mujhse Shaadi Karoge”, ଘରୁ ବାହାରି ଆସିଲେ ସମସ୍ତ ପ୍ରତିଯୋଗୀ

କରୋନା ଭାଇରସ ପାଇଁ ଏବେ ରିୟାଲିଟି ଶୋ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି । ବିଗବସ  ୧୩ର ଫେମ ଶେହେନାଜ ଗିଲ ଏବଂ ପାରସ ଛାବଡ଼ାଙ୍କର ବିବାହ ଶୋ ‘ମୁଝସେ ଶାଦୀ କରୋଗେ’ ବର୍ତ୍ତମାନ କରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଛି । ସୂଚନା ଅନୁଯାୟୀ ଶେହେନାଜ ଗିଲ ଏବଂ ପାରସ ଛାବଡ଼ାଙ୍କ ସମେତ ଏହି ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ତୁରନ୍ତ ବାହାରକୁ ବାହାର କରିଦିଆଯାଇଛି ଏବଂ ଶୁଟିଂ ବନ୍ଦ କରିଦିଆଯାଇଛି ।


ଏହି ଶୋ’ରେ କିଛି ପ୍ରତିଯୋଗୀ ଏବଂ ଶେହେନାଜଙ୍କର ଏକ ଫଟୋ ବହୁତ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ ଘରଠୁ ବାହାରେ ଦେଖିବାକୁ ମିଳିଛି । ଏହି ଶୋ’ର ନିୟମ ଅନୁଯାୟୀ ଶେହେନାଜ ଏବଂ ପାରସ ସମୟ ସମୟରେ ବାହାରକୁ ଆସିପାରୁଥିଲେ କିନ୍ତୁ ପ୍ରତିଯୋଗିମାନଙ୍କୁ କେବଳ ଘର ଭିତରେ ରହିବାକୁ ଥିଲା । ତେବେ କରୋନା ଭାଇରସର ବଢୁଥିବା ପ୍ରକୋପକୁ ଦେଖି ଫିଲ୍ମ ଏବଂ ଟିଭି ସହ ଜଡିତ ସଂସ୍ଥାନ ସମସ୍ତ ଶୁଟିଂକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି ।

 

View this post on Instagram

 

What an experience and what an adventure #mujhseshaadikaroge #piyush #khushi #vikasgupta #shehnaazgill #paraschhabra

A post shared by Vikas Gupta (@lostboyjourney) on


ଏପରିସ୍ଥଳେ ଏହି ରିୟାଲିଟି ଶୋ’କୁ ମଧ୍ୟ ରୋକିଦିଆଯାଇଛି । ତେବେ ନିକଟରେ ବିକାଶ ଗୁପ୍ତା କିଛି ପ୍ରତିଯୋଗୀମାନଙ୍କ ସହିତ ଶେହେନାଜଙ୍କର ଏକ ଫଟୋକୁ ସେୟାର କରିଛନ୍ତି । ଯେଉଁଥିରେ ସମସ୍ତେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.