ଶୀତ ସରି ପ୍ରବେଶ କଲାଣି ଗ୍ରୀଷ୍ମ, ତଥାପି ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ବିଦେଶୀ ପକ୍ଷୀ

ଶୀତର ପହିଲି ସ୍ପର୍ଶରେ ଚିଲିକା ବକ୍ଷକୁ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସନ୍ତି ନାନା ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ । ଆଉ ଶୀତ ପରେ ଫେରିଯାଆନ୍ତି। ହେଲେ ରୋଚକ ଘଟଣା ସାମ୍ନାକୁ ଆସିଛି ତାହା ହେଲା ଶୀତ ପରେ ମଧ୍ୟ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ହଜାର ହଜାର ଦେଶୀ ବିଦେଶୀ ପକ୍ଷୀ।

ଟାଙ୍ଗୀ(କେନ୍ୟୁଜ୍): ଶୀତର ପହିଲି ସ୍ପର୍ଶରେ ଚିଲିକା ବକ୍ଷକୁ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସନ୍ତି ନାନା ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ । ସେଥିପାଇଁ ବନ୍ଯପ୍ରାଣୀ ବିଭାଗ ଦ୍ଵାରା ପକ୍ଷୀ ସୁରକ୍ଷାକୁ ନଜରରେ ରଖି ଅସ୍ଥାୟୀ କ୍ଯାମ୍ପ ପ୍ରସ୍ତୁତ ହୋଇଥାଏ। ଏହି ପକ୍ଷୀ ଗୁଡିକ ଶୀତ ସରି ଆସିଲେ ପୁଣି ଫେରି ଯାଆନ୍ତି ନିଜ ନିଜ ଅଞ୍ଚଳକୁ। ସେପଟେ ବନ୍ଯପ୍ରାଣୀ ବିଭାଗ ଦ୍ଵାରା ପକ୍ଷୀ ସୁରକ୍ଷା ପାଇଁ ଅସ୍ଥାୟୀ କ୍ଯାମ୍ପ ମଧ୍ୟ ବନ୍ଦ ହୋଇଯାଏ।

ହେଲେ ଏହାରି ମଧ୍ୟରେ ଆଉ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ତାହା ହେଲା ଶୀତ ପରେ ମଧ୍ୟ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ହଜାର ହଜାର ଦେଶୀ ବିଦେଶୀ ପକ୍ଷୀ। ସେମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ପକ୍ଷୀପ୍ରେମୀ ଓ ପକ୍ଷୀ ବିଶାରଦମାନେ।

bird

ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାକୁ ୧୧ଲକ୍ଷରୁ ଊର୍ଦ୍ଧ୍ବ ଦେଶି ବିଦେଶୀ ପକ୍ଷୀ ଆସିଥିଲେ । ସେମାନଙ୍କ ସୁରକ୍ଷା ପାଇଁ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ଯନ୍ତ ଅସ୍ଥାୟୀ ସୁରକ୍ଷା କ୍ଯାମ୍ପ ପ୍ରସ୍ତୁତ ହୋଇଥାଏ। ଏହା ପରେ ସେସବୁ କ୍ଯାମ୍ପ ବନ୍ଦ କରାଯାଇଥାଏ। କିନ୍ତୁ ଖୁସିର କଥା ଏଥର ମାର୍ଚ୍ଚ ସରି ଅପ୍ରେଲ ଆସିଲା ଶୀତ ସରି ଗ୍ରୀଷ୍ମ ଋତୁ ଆସିଲାଣି କିନ୍ତୁ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ଦେଶି ବିଦେଶୀ ପକ୍ଷୀ। ସରକାରୀ ରିପୋର୍ଟ ଅନୁଯାୟୀ ଚିଲିକାରେ ଏବେ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ ପକ୍ଷୀ ଚିଲିକା ଅଛନ୍ତି । ବିଦେଶି ପକ୍ଷୀ ମଧ୍ୟରେ ପିଣ୍ଟେଲ, ଗଡ୍‌ୱାଲ, ସୋଭ୍ଲର୍‌, ଫେଲିକନ୍‌ ପରି ଅନେକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି। ପକ୍ଷୀ ସୁରକ୍ଷା ସମିତିର ସଦସ୍ଯ ମାନେ କୁହିଛନ୍ତି, ଏହି ପକ୍ଷୀ ମାନେ ଏଠାରେ ରହିବା ସହ ଅଣ୍ଡା ଦେଇ ଛୁଆ ଫୁଟାଇ ଥାଆନ୍ତି। ତେଣୁ ଏମାନଙ୍କୁ ଏହି ସମୟରେ ଅଧିକା ସୁରକ୍ଷା ଜରୁରୀ ।

ଚିଲିକାରେ ଶୀତ ଋତୁରେ ବହୁଳ ଭାବରେ ପକ୍ଷୀ ଆସିଥିଲେ ସୁଧ୍ୟା, ସ୍ଥାୟୀ ଭାବରେ ଅନେକ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ବର୍ଷ ତମାମ ମଙ୍ଗଳାଯୋଡ଼ି ଓ ନଳବଣ ଠାରେ ରହିଛନ୍ତି। ଅଣୁ ଏହି ସ୍ଥାନ ମାନଙ୍କରେ ସରକାରଙ୍କ ତରଫରୁ ସ୍ଥାୟୀ ପକ୍ଷୀ ସୁରକ୍ଷା କ୍ଯାମ୍ପ ସ୍ଥାପନ ସହ ପୁର୍ବ ପରି ଚିଲିକା କୂଳ ଗ୍ରାମ ଗୁଡିକରେ ଗ୍ରାମବାସୀ ଓ ବନ୍ଯପ୍ରାଣୀ ବିଭାଗ ମିଳିତ ଭାବରେ ପକ୍ଷୀ ସୁରକ୍ଷା କମିଟି କଲେ। ପକ୍ଷୀ ଶିକାର ଉପରେ ରୋକ୍‌ ଲାଗି ପାରନ୍ତା। ତାହା ସହ ବର୍ଷ ତମାମ ମଙ୍ଗଳାଯୋଡି ପକ୍ଷୀ ଅଭୟରଣ୍ଯରେ ସ୍ଥାୟୀ ପକ୍ଷୀ ସୁରକ୍ଷା କ୍ଯାମ୍ପ ସ୍ଥାପନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପକ୍ଷୀ ପ୍ରେମୀ ଓ ପରିବେଶବିତ୍।

bird chilika

ଏ ସମ୍ପର୍କରେ ବାଲୁଗାଁ ବନ୍ଯପ୍ରାଣୀ ଡି ଅଫ ଓ ଙ୍କ ସହ ଆଲୋଚନା କରିଥିଲୁ । ସେ କହିଛନ୍ତି, ଚିଲିକାକୁ ଆସିଥିବା ସମସ୍ତ ପକ୍ଷୀ ଆମ ଅତିଥି ଏଣୁ ତାଙ୍କର ସମସ୍ତ ସୁରକ୍ଷା ପାଇଁ ଆମେ ବ୍ଯବସ୍ତା କରୁଛି। ଅସ୍ଥାୟୀ ସୁରକ୍ଷା କ୍ଯାମ୍ପ କୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଆମ ଷ୍ଟାପ ସଜାଗ ଅଛନ୍ତି । ଆଉ ଅଧିକ କଣ କରାଯାଇ ପାରିବ ତାହା ଉପରେ ଆମର ପ୍ରସ୍ତୁତି ଚାଲିଛି । ତେବେ ଶୀତ ପରେ ମଧ୍ୟ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ବିଦେଶୀ ପକ୍ଷୀ । ଏମାନଙ୍କ ସୁରକ୍ଷା ପାଇଁ ଅଧିକ ସଜାଗ ରହିବା ନିହାତୀ ଆବଶ୍ଯକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.