ଶୂନ୍ୟ ମୃତ୍ୟୁ ସପ୍ତାହରେ ସଡ଼କ ଦୁର୍ଘଟଣା: ଗ୍ୟାରେଜରୁ ଘରକୁ ଫେରୁଥିଲେ, ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ରାୟଗଡ଼ା ସହରର ୩୨୦ ନମ୍ବର ଜାତୀୟ ରାଜପଥର ଫରେଷ୍ଟ ପାର୍କ ନିକଟରେ। ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍।

ରାୟଗଡ଼ା (କେନ୍ୟୁଜ): ଶୂନ୍ୟ ମୃତ୍ୟୁ ସପ୍ତାହରେ ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ା ସହରର ୩୨୦ ନମ୍ବର ଜାତୀୟ ରାଜପଥର ଫରେଷ୍ଟ ପାର୍କ ନିକଟରେ। ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମୃତ ଯୁବକ ଜଣଙ୍କ ହେଲେ ନାମ ସି.ଏଚ ଗୋବିନ୍ଦ। ବୟସ ୩୦ ବୋଲି ଜଣାପଡ଼ିଛି। ଗୋବିନ୍ଦଙ୍କ ଘର ଅଞ୍ଜିପେଟା ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗୋବିନ୍ଦ ଭାକୁରୁଗୁଡା ସ୍ଥିତ ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଫରେଷ୍ଟ ପାର୍କ ଛକ ନିକଟରେ ଏକ ଟ୍ରକ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ସାରା ମୃତକଙ୍କୁ କ୍ଷତି ପୂରଣ ଦାବି ରଖି ରାସ୍ତା ଅବରୋଧ କରିଥିଲେ ପରିବାର ଓ ସ୍ଥାନୀୟ ଲୋକେ। ଯାହା ଫଳାରେ ରାୟଗଡ଼ା ଠାରୁ କାଶୀପୁର ଓ କୋରାପୁଟ କୁ ଯାତାୟାତରେ ପ୍ରଭାବିତ ହୋଇଛି।ଆଜି ସକାଳେ ରାୟଗଡ଼ା ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ରାସ୍ତାରୋକ ହଟିଥିଲା।

 

Leave A Reply

Your email address will not be published.