Below header

ଅପରେସନ୍ ଅଧାରେ ରୋଗୀକୁ ଛାଡ଼ି ଚାଲିଗଲେ ଡ଼ାକ୍ତର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ରୋଗୀଙ୍କୁ ଅଧା ଅପରେସନ କରି ଡାକ୍ତର ଫେରାଇଦେବା ଯୋଗୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ବାଲେଶ୍ବର (କେନ୍ୟୁଜ): ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ରୋଗୀଙ୍କୁ ଅଧା ଅପରେସନ କରି ଡାକ୍ତର ଫେରାଇଦେବା ଯୋଗୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ସୂଚନା ଅନୁସାରେ ସଦର ଥାନା ଅଂଚଳର ଆମ୍ବୁଆ ଗାଁର ରଞ୍ଜନ ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କ ଚିକିତ୍ସା ପାଇଁ ଘରୋଇ ନର୍ସିଂହୋମ୍‌ କୁ ଆଣି ଡାକ୍ତର ଅନୁପ କୁମାର ଘୋଷଙ୍କୁ ଦେଖାଇ ଥିଲେ । ଡାକ୍ତର ଅନୁପ ଆଡ଼ମିଶନ କରିବାକୁ କହିଥିଲେ । ସେହି ଅନୁସାରେ ସ୍ବାମୀ ରଞ୍ଜନ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଆଡ଼ମିଶନ କରିଥିଲେ, କିନ୍ତୁ ଡ଼ାକ୍ତର ଅନୁପ ଘୋଷ, ଗୀତାଞ୍ଜଳୀଙ୍କ ଅସ୍ତ୍ରୋପଚାର କରୁଥିବାବେଳେ ପେଟରେ ଅଧିକ ସମସ୍ୟା ଥିବା ଦେଖିବାକୁ ପାଇଥିଲେ । ଫଳରେ ଅପରେସନ୍‌କୁ ଅଧାରୁ ବନ୍ଦ କରିଦେଇ କାଟିଥିବା ପେଟରେ ପୁଣି ସିଲେଇ ପକାଇ ପଳାଇ ଯାଇଥିଲେ ।

ତେବେ ଆଜି ଯଦି ନର୍ସିଂହୋମ୍‌ ତରଫରୁ ସମସ୍ୟାର ସମାଧାନ କରାନଯାଏ ତାହାଲେ ଥାନାରେ ଲିଖିତ ଅଭିଯୋଗ କରିବେବୋଲି କହିଛନ୍ତି ଗୀତାଞ୍ଜଳୀଙ୍କ ସ୍ବାମୀ । ସେପଟେ ରୋଗୀଙ୍କର ସମସ୍ୟାର ସମାଧାନର ବାଟ ଏଠାରେ ନଥିବାରୁ ତାଙ୍କୁ ଡ଼ାକ୍ତର ରେଫର ପାଇଁ ପରାମର୍ଶ ଦେଇଥିବା ନର୍ସିଂହୋମ୍‌ ତରଫରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.