Below header

ଆଜି ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ମହାମହିମ : ସୁଖୋଇ-୩୦ ଏମକେଆଇରେ ଯିବେ ଦ୍ରୌପଦୀ ମୁର୍ମୁ

ଆଜି ସୁଖୋଇରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ 30 MKIରେ ଲଢୁଆ ଯୁଦ୍ଧ ବିମାନରେ ସ୍ୱଳ୍ପ ସମୟ ପାଇଁ ଯାତ୍ରା କରିବେ । ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ଉଡ଼ିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ନୂଆଦିଲ୍ଲୀ : ବାୟୁସେନାର ଲଢୁଆ ଯୁଦ୍ଧ ବିମାନରେ ଉଡ଼ିବେ ରାଷ୍ଟ୍ରପତି । ଆଜି ସୁଖୋଇରେ ଉଡିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ 30 MKIରେ ଲଢୁଆ ଯୁଦ୍ଧ ବିମାନରେ ସ୍ୱଳ୍ପ ସମୟ ପାଇଁ ଯାତ୍ରା କରିବେ । ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ସୁଖୋଇ ଉଡ଼ିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ଆସାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ଏଠାରେ ସୁଖୋଇ ଯୁଦ୍ଧ ବିମାନରେ ବସିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ତେବେ କେବଳ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ହିଁ ନୁହଁନ୍ତି ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡ଼ାଣ ଭରିଛନ୍ତି ।

ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ ମଧ୍ୟ ୨୦୦୯ ମସିହାରେ ପୁଣେରେ ଅଧଘଣ୍ଟା ସୁଖୋଇ 30 MKI ଉଡ଼ିଥିଲେ । ପ୍ରଥମ ରାଷ୍ଟ୍ରପତି ଭାବରେ ଲଢୁଆ ଯୁଦ୍ଧ ବିମାନରେ ଉଡ଼ିଥିଲେ ଡକ୍ଚର ଏପିଜେ ଅବଦୁଲ କଲାମ୍‌ । ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ସୁପ୍ରିମ କମାଣ୍ଡର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.