Below header

୧୮ବର୍ଷ ପୂର୍ବେ କିଡନାପ ହୋଇଥିବା ପିଲାକୁ ଖୋଜିଆଣିଲା ଫେସ ଆପ

୧୮ ବର୍ଷ ପୂର୍ବେ କିଡନାପ ହୋଇଥିବା ଏକ ପିଲାକୁ ଶେଷରେ ଖୋଜି ବାହାର କରାଯାଇଛି। ଏହି ପିଲାକୁ ଖୋଜିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ଫେସ ଆପ। ବର୍ତ୍ତମାନ ସମୟରେ ଫେସ ଆପ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ଫେସ ଆପ ଭଳି ଟେକନିକ ଦ୍ୱାରା ଚିନର ଅଧିକାରୀମାନେ ୨୧ ବର୍ଷର ଏକ ଯୁବକକୁ ଖୋଜିବାରେ ସଫଳତା ହାସଲ କରିଛନ୍ତି।

ପ୍ରକୃତରେ ୟୁ ବେଫିଙ୍ଗ ନାମକ ଏକ ଯୁବକ ମାତ୍ର ୩ ବର୍ଷର ଥିବାବେଳେ ତାକୁ କିଡନାପ କରାଯାଇଥିଲା। ସେତେବେଳେ ତାର ପିଲାଦିନର ଫଟୋ କେବଳ ପୋଲିସକୁ ଦିଆଯାଇଥିଲା ଏବଂ ଏହି ଫଟୋ ଆଧାରରେ ଏକ ୨୧ବର୍ଷର ଏକ ଯୁବକକକୁ ଖୋଜିବା ଅସମ୍ଭବ ଥିଲା। ଠିକ ସେତେବେଳେ ଏହି ଫେସ ଆପ ଟେକନିକ ଦ୍ୱାରା ପିଲାଦିନର ଫଟୋକୁ ଯୁବକରେ ପରିଣତ କରାଇ ପିଲାଟିକୁ ଖୋଜିବାରେ ସଫଳ ହୋଇଥିଲା।

୨୦୦୧ ମସିହାରେ ବେଫିଙ୍ଗକୁ କିଡନାପ କରାଯାଇଥିଲା। ସେତେବେଳେ ସେ ମାତ୍ର ୩ ବର୍ଷର ଥିଲା। ପ୍ରଥମେ ପ୍ରଥମେ କିଛି ବର୍ଷ ଖୋଜିବା ପରେ ବିଫଳ ହୋଇ ପୋଲିସ ମଧ୍ୟ ଖୋଜିବା ବନ୍ଦ କରିଦେଇଥିଲା କିନ୍ତୁ ସେନଝେନର ଅଧିକାରୀମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସଫ୍ଟୱୟାର ସାହାଯ୍ୟରେ ପୁଣିଥରେ ଏହି କେସକୁ ରିଓପନ କରି ପିଲାଟିକୁ ଖୋଜିବାକୁ ଚେଷ୍ଟା କରିଥିଲେ। ଏହାପରେ ସେମାନେ ପାଖାପାଖି ୧୦୦ଜଣ ଲୋକଙ୍କ ଫେସ ସହିତ ସେହି ପିଲାର ଆଡଲ୍ଟ ଫେସକୁ ମ୍ୟାଚ କରାଇଥିଲେ ଏବଂ ଶେଷରେ ସେମାନେ ବେଫିଙ୍ଗକୁ ଖୋଜିବାରେ ସଫଳ ମଧ୍ୟ ହୋଇଥିଲେ। ସୂଚନା ଅନୁଯାୟୀ ବେଫିଙ୍ଗ ଗୁଆଙ୍ଗଝୋଉରେ ପାଠ ପଢୁଥିଲା। ପ୍ରଥମେ ସେ ଏହା ମାନିବାକୁ ପ୍ରସ୍ତୁତ ନଥିଲା କି ତାକୁ କିଡନାପ କରାଯାଇଥିଲା କିନ୍ତୁ ଡିଏନଏ ରିପୋର୍ଟ ଆସିବା ପରେ ସେ ବିଶ୍ୱାସ କରିଥିଲା। ବର୍ତ୍ତମାନ ସେ ତା ପୋଷ୍ୟ ପିତାମାତାଙ୍କ ସହ ରହୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.