Below header

ମିଳିଲା ୧୦ ହଜାର ବର୍ଷ ପୁରୁଣା ବିଶାଳକାୟ ଜୀବ ‘ଗ୍ଲାଇପୋଟୋଡନ’ର ବୁଲେଟ ପ୍ରୁଫ କବଚ

ହଜାର ବର୍ଷ ପୂର୍ବରୁ ପୃଥିବୀରେ ଏପରି ଅନେକ ଜୀବଜନ୍ତୁ ରହୁଥିଲେ, ଯାହା ବହୁତ ବିଶାଳକାୟ ରହିଥିଲେ। ଏହା ସହିତ ସେମାନେ ନିଜ ନିଜର ସ୍ୱତନ୍ତ୍ରତା ପାଇଁ ଜଣାଶୁଣା। କିନ୍ତୁ ଏବେ ସେହି ଜୀବଜନ୍ତୁ ବିଲୁପ୍ତ ହୋଇଗଲେଣି। ସେମାନଙ୍କ ହାଡ ଏବଂ ଅବଶେଷ ମିଳୁଛି, ଯାହା ଆମ ମନରେ କୌତୁହଳ ପ୍ରଦାନ କରିଥାଏ। ଏପରି ଏକ ବିଲୁପ୍ତ ଏବଂ ବିଶାଳକାୟ ଜୀବର ବୁଲେଟ ପ୍ରୁଫ ସୁରକ୍ଷା କବଚ ମିଳିଛି। ଯାହା ୧୦ ହଜାର ବର୍ଷ ପୁରୁଣା ରହିଛି।

5

ଆର୍ଜେଣ୍ଟିନାର ଗ୍ରେଟର ବ୍ୟୁନସ ଆୟର୍ସର ବୋରିୟା ଲା ପ୍ଲଚାରେ ଧିବରମାନଙ୍କୁ ଏବ ବୁଲେଟ ପ୍ରୁଫ ସୁରକ୍ଷା କବଚ ମିଳିଛି, ଯାହା ବାଲିରେ ପୋତି ହୋଇ ରହିଥିଲା। ଏହି ସୁରକ୍ଷା କବଚ ଗ୍ଲାଇପୋଟୋଡନ ପ୍ରଜାତିର ଜୀବର ରହିଛି ବୋଲି ଜଣାପଡିଛି। ହଜାର ବର୍ଷ ପୂର୍ବେ ଗ୍ଲାଇପୋଟୋଡନ ପ୍ରଜାତି ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିଥାଏ। ଯାହା ଶରୀରରେ ଥିବା ସୁରକ୍ଷା କବଚ ରହିଥିଲା, ଯାହା ବୁଲେଟ ପ୍ରୁଫ ରହିଥିଲା।

ଏହାସହ ପଢ଼ନ୍ତୁ ; ତିରିଶ ହଜାର ପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଚୀନ ଆପଣାଇଛି ଏହି ସ୍ୱତନ୍ତ୍ର ଉପାୟ, ଦୁନିଆର ପ୍ରଥମ ‘ହାଇସ୍ପିଡ ରେଲ…

arediolo

୨୦୧୬ରେ ଜୀବ ବିଜ୍ଞାନର ଏକ ରିସର୍ଚ୍ଚରୁ ଜଣାପଡିଥିଲା, ଗ୍ଲାଇପୋଟୋଡନ ଦକ୍ଷିଣ ଆମେରିକାରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଅସ୍ତିତ୍ୱକୁ ଆସିଥିଲା। ଚାରିଟି ଗୋଡ ଥିବା ଏହି ଜୀବ ଶରୀରରେ ଚାରିଆଡେ ହାଡରେ ନିର୍ମିତ ଏକ ମଜବୁତ ସୁରକ୍ଷା କବଚ ରହିଥିଲା। ଯାହା ଦୁଇ ଇଞ୍ଚ ମୋଟା ରହିଥିଲା।
ଗ୍ଲାଇପୋଟୋଡନ ଲମ୍ବ ପାଖାପାଖି ୧୧ ଫୁଟ ଏବଂ ଓଜନ ୨୦୦୦ କିଲୋଗ୍ରାମ ରହିଥିଲା। ଆଜିକାଲି ଦେଖାଯାଉଥିବା ଆର୍ମଡିଲୋଙ୍କ ପୂର୍ବଜ ହେଉଛନ୍ତି ଗ୍ଲାଇପୋଟୋଡନ। ଯାହା କୀଟ ପତଙ୍ଗ ଏବଂ ଗଛପତ୍ର ଖାଇଥାନ୍ତି।

Glyptodon

ରିପୋର୍ଟ ମୁତାବକ, ୨୦୧୫ରେ ଏହି ଅଞ୍ଚଳର ଜୋସ ଏଣ୍ଟୋନିୟା ନିବାସ ନାମକ ଜଣେ କୃଷକ ଏଭଳି କବଚ ମିଳିଥିଲା। ତେବେ ସେ ଏହାକୁ ଡାଇନୋସୋରର ଅଣ୍ଡା ଭାବିଥିଲେ। କିନ୍ତୁ ପରେ ବିଶେଷଜ୍ଞମାନେ ଏହାକୁ ଯାଞ୍ଚ କରି ଗ୍ଲାଇପୋଟୋଡନର ସୁରକ୍ଷା କବଚ ବୋଲି କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.