ଗାଧୋଇବାକୁ ଯାଇ ଭାସିଗଲେ ୬ ନାବାଳିକା, ୫ ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ନିଖୋଜ

ସମ୍ବଲପୁର (କେନ୍ୟୁଜ୍) : ଗାଧୋଇବାକୁ ଯାଇ ଭାସିଗଲେ ୬ ନାବାଳିକା । ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଆଜି ଦିନ ପ୍ରାୟ ୧୧ଟା ବେଳେ ସମ୍ବଲପୁର ବଡ଼ ବଜାର ଅଞ୍ଚଳର ୬ ଜଣ ନାବାଳିକା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ ଖସି ଯାଇଥିଲା । ଅନ୍ୟମାନେ ତାକୁ ଉଦ୍ଧାର କରିବାକୁ ଯାଇ ପାଣିରେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଖୋଜ ନାବାଳିକାକୁ ଖୋଜୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.