ଦିଲ୍ଲୀର ଦ୍ଵାରକାରେ ରାବଣର ପୁତ୍ତଳିକା ଦହନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତା ୮ ତାରିଖ ବିଜୟା ଦଶମୀ ତିଥିରେ ପଶ୍ଚିମ ଦିଲ୍ଲୀର ଦ୍ଵାରକାର ସେକ୍ଟର-୧୦ର ଡ଼ିଡ଼ିଏ ଗ୍ରାଉଣ୍ଡରେ ଶ୍ରୀରାମଲୀଳା ସୋସାଇଟି ତରଫରୁ ରାବଣର ପୁତ୍ତଳିକା ଦହନର ବ୍ୟବସ୍ଥା କରାଯାଇଛି । ଏହାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦହନ କରିବାର ଯୋଜନା ରହିଛି ।ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଏସପିଜି ଓ ସ୍ଥାନୀୟ ପୋଲିସ ଅଛନ୍ତି । ଶନିବାର ଦିନ ଏହି ପଡିଆ ଟିକୁ ସମ୍ପୂର୍ଣ ରୂପେ ନିରୀକ୍ଷଣ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।

ପ୍ରଥମେ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ,ମାତା ସୀତା ଓ ବଜରଙ୍ଗବଳୀ ହନୁମାନଙ୍କର ଆଳତୀ କରିବେ ଓ ପରେ ରାବଣର ପୁତ୍ତଳିକାର ଦହନ କରିବେ । ଦେଶର ସବୁ ସ୍ଥାନରେ ନବରାତ୍ର ମହା ଧୁମଧାମରେ ପାଳନ କରାଯାଉଛି । ବିଶେଷ କରି ଉତ୍ତରପ୍ରଦେଶରେ ରାମଲୀଳାର ବିଶେଷ ମହତ୍ତ୍ୱ ଅଛି । ଏହି ବର୍ଷ ଅକ୍ଟୋବର ୮ ତାରିଖରେ ଦଶହରା ପର୍ବ ପାଳନ କରାଯାଉଥିବା ବେଳେ ଏହି ଦିନ ରାବଣ ସହ ମେଘନାଦ ଓ କୁମ୍ଭକର୍ଣ୍ଣ ଙ୍କର ପୁତ୍ତଳିକାକୁ ମଧ୍ୟ ଦହନ କରାଯିବ ।

ଏହା ସହ ପଢନ୍ତୁ:  ସମ୍ମାନିତ ହେବେ ଅଭିନନ୍ଦନ, ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଓ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ସମ୍ମାନିତ କରିବ ବାୟୁସେନା

ଏଠାରେ ସାଢ଼େ ପାଞ୍ଚଟା ସମୟରେ ପହଞ୍ଚିବା ଯୋଜନା ହୋଉଥିବା ବେଳେ ଏହାର ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବମ ନିରୋଧକ ଦଳ ମଧ୍ୟ ରହିଥାନ୍ତି । ଏହି ଯବାନ ମାନେ ବୁଲେଟ ପ୍ରତିରୋଧି ଜ୍ୟାକେଟ ସହ ଅନ୍ଧାରରେ ଦେଖିପାରୁଥିବା ଚଷମାର ବ୍ୟବହାର ମଧ୍ୟ କରିଥାନ୍ତି ।

Leave A Reply

Your email address will not be published.