ଆଇଫୋନ୍‌ ୬ଏସ୍‌ ଏବଂ ଆଇଫୋନ୍‌ ୬ଏସ୍‌ ପ୍ଲସ୍‌ରେ ଦେଖାଦେଉଛି ସମସ୍ୟା, ମାଗଣାରେ ସଜାଡ଼ିବାକୁ ଘୋଷଣା କଲା Apple

Appleର ଆଇଫୋନ୍‌ ୬ଏସ୍‌ ଏବଂ ଆଇଫୋନ୍‌ ୬ଏସ୍‌ ପ୍ଲସ୍‌ର କିଛି ମଡେଲର କିଛି ଅଂଶରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ଗ୍ରାହକଙ୍କ ଅଭିଯୋଗ ପରେ ଆପଲ କମ୍ପାନୀ ଏହାକୁ ଗୁରୁତର ସହ ଗ୍ରହଣ କରି ମାଗଣାରେ ସଜାଡ଼ିବାକୁ ଘୋଷଣା କରିଛି। ତେବେ ଏହି ଫୋନ୍‌ର କେଉଁ ଅଂଶ ଖରାପ ହୋଇଛି ତାହା ଠିକ୍‌ ଭାବେ ଜଣାପଡ଼ିନାହିଁ।

ଏହାସହ ପଢନ୍ତୁ: Samsung ଲଞ୍ଚ୍‌ କଲା ତିନିଟି କ୍ୟାମେରାଯୁକ୍ତ ଶସ୍ତା ସ୍ମାର୍ଟଫୋନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଆପଲ ସର୍ପୋଟରେ ମଧ୍ୟ ଫୋନ୍‌ର ସମସ୍ୟା ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇନାହିଁ। ଆପଲର ସର୍ପୋଟ ପେଜ୍‌ରେ ୟୁଜର ଆଇଫୋନ୍‌ ୬ଏସ୍‌ ଏବଂ ଆଇଫୋନ୍‌ ୬ଏସ୍‌ ପ୍ଲସ୍‌ର ସିରିୟଲ ନମ୍ବର ଦେଇ ଫୋନ୍‌ରେ କ’ଣ ସୁବିଧା ଅଛି ଜାଣିପାରିବେ। ଆପଲ ମଧ୍ୟ ଫୋନ୍‌ରେ କି ସମସ୍ୟା ରହିଛି ସେ ନେଇ ମୁହଁ ଖୋଲିନାହିଁ। ତେବେ ଆପଲ ସର୍ପୋଟରେ ଦିଆଯାଇଥିବା ସୂଚନାନୁଯାୟୀ ଏହି ଦୁଇଟି ମଡେଲରେ ନୋ ପାଓ୍ଵାରର ସମସ୍ୟା ରହିିଛି। ଅର୍ଥାତ୍‌ ଏହି ଦୁଇଟି ଫୋନ୍‌ ଆଦୌ ଅନ୍‌ ହେଉନାହିଁ।

ଆଇଫୋନ୍‌ର ଯେଉଁ ସବୁ ଫୋନ୍‌ରେ ସମସ୍ୟା ଦେଖାଦେଉଛି ତାହାର ପ୍ରଡକ୍ସନ ଅକ୍ଟୋବର ୨୦୧୮ରୁ ଅଗଷ୍ଟ ୨୦୧୯ ମଧ୍ୟରେ ହୋଇଛି। ସୂଚନାଯୋଗ୍ୟ ଯେ କମ୍ପାନୀ ତରଫରୁ ଏହି ଦୁଇଟି ଫୋନ୍‌ର ପ୍ରଡକ୍ସନ ବନ୍ଦ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.