ଆଳି ରାଜବାଟୀରେ ଚାଲିଛି ଶାରଦୀୟ ଦୁର୍ଗାପୂଜା, ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା

କେନ୍ଦ୍ରାପଡା (କେନ୍ଯୁଜ୍) : ଆଳି ରାଜବାଟୀରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି । ଆଳି ରାଜାଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ଏହି ନିଆରା ପୂଜାକୁ ଦେଖିବାକୁ ଭକ୍ତଙ୍କ ଭିଡ ଜମୁଛି । ଏଠାରେ ବଙ୍ଗୀୟ ଓ ଉତ୍କଳର ମିଶ୍ରିତ ପରମ୍ପରା ଅନୁଯାଇ ମାଆ ଜଗତଜନନୀଙ୍କୁ ପୂଜା କରାଯାଏ । ବିଧି ଅନୁଯାଇ ବେଲବରଣୀ, ବଳିଦାନ, ମାଛବଳି ସହିତ ସମସ୍ତ କାମ ଆଳି ରାଜାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥାଏ । ପୂଜାରେ ରାଜାଙ୍କୁ ପରମ୍ପରା ଅନୁଯାଇ ନିଜ ଉଆସରୁ ରାଜକୀୟ ବସ୍ତ୍ର ପରିଧାନ କରି ପୂଜା ମଣ୍ଡପ ପାଛୋଡି ଅଣାଯାଇଥାଏ । ରାଜା ନିଜେ ସଂକଳ୍ପ କରିଥାନ୍ତି । ଆଳି ରାଜଭାଟି ଠାରେ ହେଉଥିବା ଶାରଦୀୟ ଦୁର୍ଗାପୂଜା ଆଜକୁ ୪ ଶହ ବର୍ଷ ହେବ ରାଜ ପରିବାର ସଦସ୍ୟମାନେ ପାଳନ କରିଆସୁଛନ୍ତି । ୯ ଦିନ ଧରି ଚାଲେ ପୂଜା । ନବ ପତ୍ରିକା ପୂଜା ଠାରୁ ନବରାତ୍ର ଯାଏ ବିଧି ଅନୁଯାଇ ପୂଜାର୍ଚ୍ଚନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.