Below header

ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର, ଯାହା ହଜାଇଛି ଶତ୍ରୁଙ୍କ ନିଦ

ଦେଶର ସୁରକ୍ଷା ପାଇଁ ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି ମୋଦି ସରକାର । ଶତ୍ରୁ ପକ୍ଷକୁ ମାତ୍ ଦେବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ସରକାର । ନୂଆ ରଣନୀତି ଏବଂ କୂଟନୀତି ଯୋଗୁଁ କେବଳ ଏସିଆରେ ନୁହେଁ ପୁରା ବିଶ୍ବରେ ଭାରତର ଚର୍ଚ୍ଚା । ସରକାର ନୂଆ ଅସ୍ତ୍ରଶସ୍ତ୍ର କିଣିବା ଆରମ୍ଭ କରିସାରିଲେଣି, ଯାହା ଦୁନିଆର ଅଳ୍ପ କିଛି ଦେଶ ନିକଟରେ ଅଛି । ଜାଣନ୍ତୁ ଏଭଳି କିଛି ଅସ୍ତ୍ର ବିଷୟରେ ଯାହା ବଢାଇଛି ଭାରତୀୟ ସେନାର ଶକ୍ତି ।

ସୁପରସୋନିକ୍ କ୍ରୁଜ୍ ମିଶାଇଲ ବ୍ରହ୍ମୋସ୍ 

bramhosଭାରତୀୟ ସେନାର ସବୁଠାରୁ ଘାତକ ହତିୟାର୍ ହେଉଛି ବ୍ରହ୍ମୋସ୍ ମିଶାଇଲ୍ । ଏହି ସୁପରସୋନିକ୍ କ୍ରୁଜ୍ ମିଶାଇଲକୁ ଋଷ୍ ଏବଂ ଭାରତ ମିଶି ତିଆରି କରିଛନ୍ତି । ୨୦୦୫ରେ ଏହାକୁ ନୌସେନାରେ ସାମିଲ୍ କରାଯାଇଛି । ଏହି ମିଶାଇଲର କ୍ଷମତା ହେଉଛି ୨୯୦ କିଲେମିଟର । ଅର୍ଥାତ୍ ୨୯୦ କିଲୋମିଟର ଭିତରେ ଥିବା ଶତ୍ରୁ ପକ୍ଷକୁ ଧ୍ବଂସ କରିପାରିବ ବ୍ରହ୍ମୋସ । ଶତ୍ରୁ ରାଡାରରେ ଧରା ପଡୁନଥିବା ବ୍ରହ୍ମୋସ୍ ଘଂଟାକୁ ୩୭୦୦ କିଲୋମିଟର୍ ବେଗରେ ଗତି କରିଥାଏ । ଏହା ୩୦୦ କିଲୋଗ୍ରାମ୍ ଯୁଦ୍ଧାସ୍ତ୍ର ବହନ କରିପାରେ ।

ଟ୍ୟାଙ୍କ୍ ଟି – ୯୦ ଭୀଷ୍ମ 

T-90

ସାଉଥ୍ ଏସିଆର କୌଣସି ସେନାରେ ଥିବା ଟ୍ୟାଙ୍କ୍ ଠାରୁ ଶକ୍ତିଶାଳୀ ହେଉଛି ଟି – ୯୦ ଭୀଷ୍ମ । ୪୮ହଜାର ଓଜନ ଥିବା ଏହି ଟ୍ୟାଙ୍କରେ ତିନି ଜଣ ଯବାନ୍ ବସି କୌଣସି ଅଂଚଳରେ ପହଂଚିପାରିବେ । ଏହି ଶକ୍ତିଶାଳୀ ଟ୍ୟାଙ୍କ୍ ୫ ମିଟର ଗଭୀର ପାଣିରେ ପଶି ଶତ୍ରୁକୁ କରିପାରିବ ଭେଦ । ଏହି ଟ୍ୟାଙ୍କରେ ୧୨୫ ଏମଏମର ୪ଟି ମେସିନ୍ ଲାଗିଛି । ଯାହାର ଆକ୍ରମଣ କ୍ଷମତା ରହିଛି ୧୦ କିଲୋମିଟର । ଟ୍ୟାଙ୍କ୍ ଟି ୯୦ କୁ ୧୯୯୩ରେ ଭାରତୀୟ ସେନାରେ ସାମିଲ୍ କରାଯାଇଥିଲା । ଏହି ଟ୍ୟାଙ୍କର ସ୍ବତନ୍ତ୍ରତା ହେଉଛି ଏହା ରାତିର ଅନ୍ଧକାରରେ ମଧ୍ୟ ପ୍ରୟୋଗ କରାଯାଇପାରିବ । କାରଣ ଏଥିରେ ଅନ୍ଧାରରେ ଦେଖିବାକ ଲେନ୍ସ ରହିଛି । ସବୁଠାରୁ ବଡ଼ କଥା ହେଉଛି ବିପଦକୁ ପୂର୍ବରୁ ଜାଣିନେବାର ଶକ୍ତି ରଖିଛି ଏହି ଟ୍ୟାଙ୍କ୍ । ଯାହା ଯବାନଙ୍କୁ ସମୟ ପୂର୍ବରୁ ସଚେତନ କରିଦିଏ ।

ନାଗ୍ ଏବଂ ନାଗ୍ କ୍ୟାରିୟର୍ 

nagମାର ଏବଂ ଭୁଲିଯାଅ ଶ୍ରେଣୀରେ ସାମିଲ୍ ଏହି କ୍ଷେପଣାସ୍ତ୍ର । ସୂତ୍ର ଅନୁସାରେ ଏହି ସୁବିଧା ବହୁତ୍ କମ୍ ଦେଶ ନିକଟରେ ଅଛି । ଓଜନରେ ଖୁବ୍ କମ୍ ନାଗ ମିଶାଇଲ୍ । ପ୍ରାୟ ୪୨ କିଲୋ ହେବ ଏହାର ଓଜନ । ବିନା କୌଣସି ଯତ୍ନରେ ଏହାକୁ ପ୍ରାୟ ୧୦ ବର୍ଷ ଯାଏଁ ବ୍ୟବହାର କରାଯାଇପାରିବ । ଏହି କ୍ଷେପଣାସ୍ତ୍ର ୨୩୦ ମିଟର ପ୍ରତି ସେକେଣ୍ଡ ବେଗରେ ଗତି କରିଥାଏ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଥରେ ଏହି ମିଶାଇଲକୁ ଛାଡିଲେ ଆଉ ଅଟକାଯାଇପାରିବ ନାହିଁ । ବିଶ୍ବର କୌଣସି ସେନାର ଟ୍ୟାଙ୍କକୁ ଏହା କିଛି କ୍ଷଣ ମଧ୍ୟ ଧ୍ବଂସ କରିଦେଇ ପାରିବ । ସେହିପରି ନାଗ୍ କ୍ୟାରିୟର ଥରକେ ୧୨ଟି ମିଶାଇଲ୍ ବହନ କରିପାରିବ । ଏହା ସହ ଏଥିରେ ଏକାସାଥିରେ ୮ଟି ମିଶାଇଲ୍ ଛଡାଯାଇ ପାରିବ ।

ପନଡୁବ୍ବି

INS_Chakraପରମାଣୁ କ୍ଷମତାରେ ପୂର୍ଣ୍ଣ କ୍ଷେପଣାସ୍ତ୍ର ପନଡୁବ୍ବି ରଖିଥିବା ଦେଶ ମାନଙ୍କ ମଧ୍ୟରେ ଷଷ୍ଠ ହେଉଛି ଭାରତ । ଏହି କ୍ଷେପଣାସ୍ତ୍ରର ଓଜନ ହେଉଛି ୮୦୦୦ଟନ୍ । ଭାରତ ପୂର୍ବରୁ ଆମେରିକା , ଋଷ, ଫ୍ରାନ୍ସ, , ବ୍ରିଟେନ୍ ଏବଂ ଚୀନ୍ ନିକଟରେ ଥିଲା ଏହା ଶକ୍ତିଶାଳୀ କ୍ଷେପଣାସ୍ତ୍ର । ଏବେ ଭାରତ ସ୍ବଦେଶୀ ପନଡୁବ୍ବି ପ୍ରସ୍ତୁତ ଆଡକୁ ମୁହାଁଉଛି । ଶତ୍ରୁ ରାଡାରରେ ଧରାଦେଉନଥିବା ଦେଶର ପ୍ରଥମ ମେକ୍ ଇନ୍ ଇଣ୍ଡିଆ ସ୍କୋର୍ପିନ୍ ଶ୍ରେଣୀର ପନଡୁବ୍ବି କଲୱରୀ ନୌସେନାରେ ସାମିଲ୍ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.