Below header

କାହିଁକି ପାଳନ କରାଯାଏ ଗଙ୍ଗା ଦଶହରା : ଜାଣନ୍ତୁ ଏହାର ମହତ୍ତ୍ୱ ଓ ଏହା କେବେ ପଡ଼ୁଛି

କୁହାଯାଏ ଯେବେ ମା’ ଗଙ୍ଗା ସ୍ୱର୍ଗରୁ ପୃଥ୍ଵୀକୁ ଅବତରଣ କରିଥିଲେ । ସେ ଦିନ ଥିଲା ଜ୍ୟୋଷ୍ଠ ମାସର ଶୁକ୍ଳ ପକ୍ଷ ଦଶମୀ ତିଥି । ସେହିଦିନ ଠାରୁ ଏହି ତିଥିକୁ ଗଙ୍ଗା ଦଶହରା ନାମରେ ମନାଯାଏ । ମାନ୍ୟତା ରହିଛି ଗଙ୍ଗାରେ ସ୍ନାନ କଲେ ୧୦ ପାପରୁ ମୁକ୍ତି ମିଳିଥାଏ ।

ସୃଷ୍ଟିର ନିର୍ମାତା ବ୍ରହ୍ମାଜୀଙ୍କ କମଣ୍ଡଳରୁ ରାଜା ଭାଗୀରଥଙ୍କ ଦ୍ୱାରା ଦେବୀ ଗଙ୍ଗା ପୃଥ୍ଵୀ ଉପରେ ଅବତରିତ ହୋଇଥିଲେ । ଏହି ଅବତରଣ ଦିବସକୁ ଗଙ୍ଗା ଦଶହରା ବୋଲି ମନାଯାଏ । ପୃଥ୍ଵୀକୁ ଆସିବା ପୂର୍ବରୁ ଗଙ୍ଗା ସ୍ୱର୍ଗରେ ଥିଲେ । ଗଙ୍ଗା ଦଶହରା ଦିନ ଭକ୍ତ ଦେବୀ ଗଙ୍ଗାଙ୍କୁ ପୂଜା କରିଥାନ୍ତି । ଏଥିରେ ସ୍ନାନ କରିବା ସହ ଦାନ ପୂଣ୍ୟ କରିଥାନ୍ତି । କୁହାଯାଏ ଏହିଦିନ ମା’ ଗଙ୍ଗାଙ୍କ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଅନନ୍ତ କୃପା ଲାଭ ହୋଇଥାଏ । ଚଳିତ ବର୍ଷ ଜୁନ ମାସ ୨୦ ତାରିଖରେ ପଡ଼ୁଛି ଗଙ୍ଗା ଦଶହରା ପର୍ବ ।

ganga

ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ ବର୍ତ୍ତମାନ ସମୟରେ ଭୌତିକ ଜୀବନ ଅତିବାହିତ କରୁଥିବା ମାନବ ନିଜର ଜାଣତ କିମ୍ବା ଅଜାଣତରେ ପାପ କର୍ମ ହୋଇଯାଇଥାଏ । ସେହି ପାପରୁ ମୁକ୍ତି ପାଇବା ପାଇଁ ମା’ ଗଙ୍ଗାଙ୍କ ପୂଜା ଆରଧନା କରିବା ଉଚିତ୍‌ । ଏହି ବର୍ଷ କରୋନା ଲକ୍‌ଡାଉନ ଚାଲିଥିବା ଯୋଗୁ ଆପଣ ଘରେ ରହି କିଛି ଜଳରେ ଗଙ୍ଗା ଜଳ ମିଶାଇ ମା’ ଗଙ୍ଗାଙ୍କୁ ସ୍ମରଣ କରି ଏଥିରେ ଗାଧୋଇ ପାରିବେ ।

ଦୁନିଆର ସବୁଠୁ ପବିତ୍ର ନଦୀ ମଧ୍ୟରୁ ଏକ ହେଉଛି ଗଙ୍ଗା । ବିଜ୍ଞାନ ମଧ୍ୟ ପ୍ରମାଣ ପାଇଛି ଯେ ଗଙ୍ଗା ଜଳରେ କୀଟାଣୁ ମାରିବାର କ୍ଷମତା ରହିଛି । ଯେଉଁଥିପାଇଁ ଏହାର ଜଳ ସର୍ବଦା ପବିତ୍ର ରହିଥାଏ ।

ganga
photo credit: Hindustan

ସନାତନ ଧର୍ମରେ ଗଙ୍ଗା କେବଳ କେବଳ ଜଳଧାରା ନୁହେଁ । ଏହା ଜନ ଜୀବନ ଓ ଲୋକ ସଂସ୍କୃତିର ଅଭିନ୍ନ ଅଙ୍ଗ । ଗଙ୍ଗା ସଭ୍ୟତା ଓ ସଂସ୍କୃତି ସହିତ ବିକାଶର ଜନନୀ ଅଟନ୍ତି ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମା ଜଳ ତତ୍ତ୍ୱର କାରକ ଅଟନ୍ତି । ଯଦି ଆମେ ଆମର ଦୈନିକ ଜୀବନରେ ଜଳ ନଷ୍ଟ କିମ୍ବା ଦୂଷିତ କରନ୍ତି ତେବେ ଚନ୍ଦ୍ର ରୁଷ୍ଟ ଯୋଗୁ ମନ ଅଶାନ୍ତ ରହିଥାଏ । ତେଣୁ ଗଙ୍ଗାକୁ ପ୍ରଦୂଷଣ ମୁକ୍ତ କରି ଆମ କୁଣ୍ଡଳୀରେ ଚନ୍ଦ୍ରକୁ ମଜଭୁତ ରଖି ମନକୁ ପ୍ରଶନ୍ନ ରଖି ପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.