ପ୍ରେମରେ ପଡି ଅଟୋ ଚାଳକ ଭାରତ ଛାଡି ଗଲେ ସ୍ୱିଜରଲ୍ୟାଣ୍ଡ, ଖବର ହେଲା ଭାଇରାଲ

କିଛି କାହାଣୀ ଏମିତି ଥାଏ ଯାହାକୁ ଲେଖକ ଲେଖିଥାନ୍ତି । ଆଉ କିଛି କାହାଣୀ ଏମିତି ଥାଏ ଯାହା ଭାଗ୍ୟରେ ଲେଖା ହୋଇଥାଏ । ଜୟପୁରର ରଞ୍ଜିତ ସିଂଙ୍କ କାହାଣୀ ମଧ୍ୟ କିଛି ଏଭଳି । ରଞ୍ଜିତ ଏବେ ସ୍ୱିଜରଲ୍ୟାଣ୍ଡରେ ରୁହନ୍ତି । ମାତ୍ର ଏହି ସ୍ଥାନକୁ ଯିବା ପୂର୍ବରୁ ପଛରେ ରହିଛି ଏକ ଭିନ୍ନ କାହାଣୀ ।

ଏହି ସ୍ଥାନକୁ ଯିବାପାଇଁ ପ୍ରେମ ତାଙ୍କୁ ବାଧ୍ୟ କରିଛି । ମାଟ୍ରିକ ଫେଲ ପରେ ୧୬ ବର୍ଷ ବୟସରେ ରଞ୍ଜିତ ପାଠ ପଢ଼ା ଛାଡି ଅଟୋ ରିକ୍ସା ଚଲାଇବା ଆରମ୍ଭ କରିଥିଲେ । ଏହି ସମୟରେ ସେ ଲକ୍ଷ୍ୟ କଲେ ଯେ, ଟୁରିଷ୍ଟ ମାନଙ୍କୁ ଇମ୍ପ୍ରେସ କରିବା ପାଇଁ ଅଟୋ ଡ୍ରାଇଭର ଇଂରାଜୀ, ଫ୍ରେଞ୍ଚ, ସ୍ପାନିଶ ଏବଂ ଅନ୍ୟ ଭାଷାକୁ ଶିଖୁଛନ୍ତି । ପରେ ସେ ମଧ୍ୟ ୨୦୦୮ ମସିହାରେ ସେ ଇଂରାଜୀ ଭାଷା ଶିଖିବା ଆରମ୍ଭ କଲେ । ଏହାପରେ ସେ ଟୁରିଜିମ ବିଜନେସ ଆରମ୍ଭ କଲେ । ସେ ବିଦେଶୀ ଲୋକଙ୍କୁ ରାଜସ୍ଥାନ ବୁଲାଉଥିଲେ ।

9765
pc: navbharat times

ଏହି ସମୟରେ ସେ ଫ୍ରାନ୍ସର ଏକ ଝିଅ ସହ ଦେଖା ହୋଇଥିଲେ ।ଯାହାପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବାକୁ ଆରମ୍ଭ କଲେ ।ପରେ ଝିଅଟି ନିଜ ଦେଶକୁ ଫେରିବା ପରେ ଦୁହେଁ Skype ମାଧ୍ୟମରେ କଥା ବାର୍ତ୍ତା ହେଉଥିଲେ । ପରେ ରଞ୍ଜିତ ଫ୍ରାନ୍ସ ଯାଇ ୨୦୧୪ରେ ବିବାହ କଲେ । ଏକ ବର୍ଷ ପରେ ସେମାନେ ପିତା ମାତା ହେଲେ । ଏହି ସମୟରେ ସେ ଫ୍ରେଞ୍ଚ ଭାଷା ଶିଖିଲେ । ଏବେ ସେ ଓ ତାଙ୍କ ପରିବାର ସ୍ୱିଜରଲ୍ୟାଣ୍ଡରର ଜେନେଭା ସହରରେ ରହୁଛନ୍ତି । ଆଗକୁ ସେ ନିଜ ରେସ୍ତୋରାଁ ଖୋଲିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.