Below header

କୋଭିଡ ଡାକ୍ତରଖାନା ଗୁଡ଼ିକରେ ସିସିଟିଭି ଲଗାଇବା ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ(କେ ନ୍ୟୁଜ): ରାଜ୍ୟର କୋଭିଡ ଡାକ୍ତରଖାନା ଗୁଡ଼ିକରେ ସିସିଟିଭି ଲଗାଇବା ପାଇଁ ହାଇକୋର୍ଟରେ ରୁଜୁ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ଆବେଦନକାରୀଙ୍କ ଆଭିମୂଖ୍ୟକୁ ହାଇକୋର୍ଟ ସମାଲୋଚନା କରିଛନ୍ତି। ଆବେଦନ ହାଇକୋର୍ଟରେ ପଞ୍ଜିକରଣ ହେବା ପୂର୍ବରୁ ଆବେଦନକାରୀ ଗଣମାଧ୍ୟମକୁ ଯିବା ପ୍ରସଙ୍ଗକୁ ସମାଲୋଚନା କରିଛନ୍ତି କୋର୍ଟ। କୋର୍ଟରେ ଶୁଣାଣି ସମୟରେ ଆବେଦନକାରୀ ପ୍ରସ୍ତୁତ ହୋଇନଥିବାରୁ ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି କୋର୍ଟ।

ଆବେଦନକାରୀ ଭାରତୀୟ ବିକାଶ ପରିଷଦ ରାଜ୍ୟର ସମସ୍ତ କୋଭିଡ ହସ୍‌ପିଟାଲରେ ସିସିଟିଭି ଲଗାଇବାକୁ ଆବେଦନ କରିଥିଲେ। ଏହା ସହ ଡିସ୍‌ପ୍ଲେ ବୋର୍ଡକୁ ଡାକ୍ତରଖାନା ବାହାରେ ଲଗାଇବାକୁ ମଧ୍ୟ ଆବେଦନ କରିଥିଲେ, ଯାହା ଫଳରେ ରୋଗୀଙ୍କ ସଂପର୍କୀୟ ଚିକିତ୍ସା ସଂପର୍କରେ ଜାଣିପାରିବେ। ଏହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.