Below header

ସାପ ରୋକିଲା କ୍ରିକେଟ ଖେଳ, ଭିଡ଼ିଓ ଭାଇରାଲ

କରିମନଗର :  ପିଲାଙ୍କୁ ଆକଟ କରିବାର ଭିନ୍ନ ଭିନ୍ନ ତରିକା ରହିଛି । ହେଲେ କରିମନଗରରେ ଅଭିଭାବକମାନେ ପିଲାଙ୍କୁ ଆକଟ କରିବା ପାଇଁ ଏମିତି ଏକ ଉପାୟ ଆପଣେଇଛନ୍ତି । ଯାହାକୁ ଜାଣିଲେ ନ ହସି ରହିପାରିବେ ନାହିଁ ।

ଘଟଣାଟି ଏପରି, ତେଲାଙ୍ଗାନାର  କରିମନଗର ଜିଲ୍ଲା ରାମାଡୁଗୁ ମଣ୍ଡଳ ଗ୍ରାମରେ ରୁହନ୍ତି ଲିଙ୍ଗମ୍‌ପାଲି ଶ୍ରୀନିବାସ । ଆଖପାଖର ଛୋଟ ପିଲା ଓ ଯୁବକମାନେ ତାଙ୍କ ଘର ପାଖରେ ଦୈନିକ କ୍ରିକେଟ୍‌ ଖେଳନ୍ତି । ଖେଳର ହୋ ହଲ୍ଲା ଯୋଗୁ ଉକ୍ତ ପରିବାରଙ୍କର ସର୍ବଦା ଶାନ୍ତି ଭଙ୍ଗ ହୁଏ । ଯେତେ କହିଲେ ପିଲା କଥା ମାନନ୍ତି ନାହିଁ ।

ସବୁଦିନ ଏହି ଖେଳ ଯୋଗୁ ତାଙ୍କ ପରିବାର ହଇରାଣ ହେବାରୁ ସେ ଏକ ବୁଦ୍ଧି ପାଞ୍ଚିଲେ । କ୍ରିକେଟ ଖେଳ ହେଉଥିବା ସ୍ଥାନରେ ଏକ ମିଛ ସାପ ବୁଲୁଥିବା ଓ ସେ ସାପ ସାପ କହି ପାଟି କରୁଥିବାର ଏକ ମିଛ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କଲେ । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଉକ୍ତ ସ୍ଥାନରେ ପିଲା କ୍ରିକେଟ ଖେଳିବା ବନ୍ଦ କରିଦେଲେ । ହେଲେ ଯେତେବେଳେ ଉକ୍ତ ଖବର ଏକ ନ୍ୟୁଜ ଚ୍ୟାନେଲରେ ବାଜିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଉକ୍ତ ଶ୍ରୀନିବାସଙ୍କୁ ଧରିଥିଲା ।

ପୋଲିସ ଘଟଣାର ସତ୍ୟତା ଜାହା ଜାଣିଲା ତାଙ୍କ ଆଖି ବୁଲିଗଲା । କ୍ରିକେଟ ଖେଳରୁ ପିଲାଙ୍କୁ ଭଗେଇବା ପାଇଁ ସେ ଏପରି କରିଥିବା ପୋଲିସ ଆଗରେ କହିଥିଲେ । ଫଳରେ ପୋଲିସ ତାଙ୍କୁ ସତର୍କ କରାଇବା ସହ ଲୋକଙ୍କ ମଧ୍ୟରେ ମିଛରେ ଏପରି ଆତଙ୍କ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ କହି ଛାଡ଼ିଦେଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.