ଏମିତି କ’ଣ ହେଲା ଯେ ପେଚାକୁ ନେବାକୁ ପଡ଼ିଲା ସ୍ପା ଟ୍ରିଟମେଣ୍ଟ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆ ସାଇଟରେ ପଶୁପକ୍ଷୀଙ୍କ ଭିଡିଓକୁ ଖୁବ ପସନ୍ଦ କରାଯାଇଥାଏ। କ୍ୟାମେରାରେ କଏଦ ହୋଇଥିବା ସେମାନଙ୍କର କିଛି କ୍ୟୁଟ ମୋମେଣ୍ଟ ଦେଖିଲେ ହୃଦୟ ଖୁସି ହୋଇଯାଏ। ଯେତେ ବି ଷ୍ଟ୍ରେସ ଥିଲେ ମନକୁ ଶାନ୍ତି ମିଳିଥାଏ। ଏବେ ଟ୍ୱିଟରରେ ଏମିତି ହିଁ ଏକ ପେଚାର ଭିଡିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ତା’ର ସ୍ପା ଟ୍ରିଟମେଣ୍ଟ କରାଯାଉଥିବା ଦେଖିବାକୁ ମିଳୁଛି।

ଫୁଲ ମସାଜ ପରେ ପେଚା ବହୁତ ଆରାମ ଅନୁଭବ କରୁଛି। ଏହି ଭିଡ଼ିଓକୁ ଟ୍ୱିଟର ଆକାଉଣ୍ଟ Buitengebiedenରେ ସେୟାର କରାଯାଇଛି। ୪୨ ସେକେଣ୍ଡର ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତଙ୍କୁ ପେଚାର ରିଲାକ୍ସିଂ ଟାଇମ ବହୁତ ଭଲ ଲାଗୁଛି।

ଭିଡିଓରେ ପେଚାର ଷ୍ଟାଇଲ ମଧ୍ୟ ଖୁବ ବଢ଼ିଆ। ସେ ମସାଜ ସେସନକୁ ଶାନ୍ତିରେ ଉପଭୋଗ କରି କରି ସ୍ପା ଟ୍ରିଟମେଣ୍ଟରେ ନିଜର ସହଯୋଗ ଦେଉଛି। ଏଥିରୁ ଜଣାପଡୁଛି କି, ଏହି ସେସନରେ ପେଚାର ଥକ୍କାପଣ ପୂରାପୂରି ଗାଏବ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.