ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଫୁଡ୍ କମ୍ବିନେଶନ, ଆପଣ ମଧ୍ୟ କରନ୍ତୁ ଟ୍ରାୟ

ଯଦି ଆପଣ ରେଗୁଲାର ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ତେବେ ଆପଣ ଅନେକ କିଛି ଟ୍ରେଣ୍ଡିଂ ରହୁଥିବାର ଦେଖିବାକୁ ପାଇବେ । କରୋନା କାଳରେ ଗତ ବର୍ଷ ଅନେକ ଖାଦ୍ୟ ପ୍ରସ୍ତୁତି ଟ୍ରେଣ୍ଡିଂରେ ରହିଥିଲା । ଏବର୍ଷ ମଧ୍ୟ ରହିଛି । କିନ୍ତୁ ଏଥର ଟ୍ରେଣ୍ଡିଂ ଟିକେ ହଟକେ ଅଛି ।

ଆପଣ ଅନେକ ପ୍ରକାର ଖାଦ୍ୟର କମ୍ବିନେଶନ ଦେଖିଥିବେ । ଆଜି ଆମେ ଯେଉଁ ଖାଦ୍ୟ କମ୍ବିନେଶନ କଥା କହିବୁ ତାହା କିଛି ଅଲଗା ପ୍ରକାରର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତରଭୁଜ ମଷ୍ଟର୍ଡ ଚ୍ୟାଲେଞ୍ଜ ଦେଖିବାକୁ ମିଳୁଛି । ଏଥିରେ ଜଣେ ତରଭୁଜରେ ମଷ୍ଟର୍ଡ ସସ୍ ପକାଇ ଖାଉଥିବାର ଆପଣ ଦେଖିବେ । ଏଭଳି ଅନୟୁଜୁଆଲ ଫୁଡ କମ୍ବିନେଶନକୁ ଲୋକ ଖୁବ ପସନ୍ଦ କରୁଛନ୍ତି ।

 

View this post on Instagram

 

A post shared by Young Yuh (@yayayayummy_)

୪ମଇରେ ଫୁଡ ବ୍ଲଗର ୟଙ୍ଗ ୟୁହ ନିଜ ଇନଷ୍ଟା ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ତରଭୁଜକୁ ଛୋଟ ଖଣ୍ଡ କରି ଏହା ଉପରେ ମଷ୍ଟର୍ଡ ସସ୍ ପକାଇ ଖାଉଛନ୍ତି । ପରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.