Below header

ପିପିଇ କିଟ୍‌ ପିନ୍ଧି ଜବରଦସ୍ତ ଗରବା ଡ୍ୟାନ୍ସ କଲେ ଫ୍ୟାସନ ଡିଜାଇନିଂ ଛାତ୍ର, ଦେଖନ୍ତୁ ଭିଡିଓ

ନବରାତ୍ରି ଗରବା ଡ୍ୟାନ୍ସ ବିନା ଅଧୁରା ରହିଥାଏ। ଖାସକରି ଗୁଜୁରାଟରେ ନବରାତ୍ରି ୯ ଦିନ ପଯ୍ୟର୍ନ୍ତ ଗରବାର ଧୂମ ଦେଖିବାକୁ ମିଳେ, ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। କିନ୍ତୁ ଏଥର ନବରାତ୍ରି ୧୭ ଅକ୍ଟୋର ଠାରୁ କରୋନା ସଂକଟ ମଝିରେ ଆରମ୍ଭ ହେଉଛି। କରୋନାର ପ୍ରଭାବ ପାର୍ବଣରେ ବି ପଡୁଥିବା ଦେଖିବାକୁ ମିଳୁଛି।

କାହିଁକିନା ଏଥର ଗୁଜୁରାଟରେ ସାର୍ବଜନିକ ଭାବରେ ଇଣ୍ଡିଆ ଏବଂ ଗରବା ଖେଳ ଉପରେ ରୋକ ଲଗାଯାଇଛି। କିନ୍ତୁ ଚଳିତ ବର୍ଷ ଗରବା ପ୍ରେମୀମାନେ କରୋନାକାଳରେ ମଧ୍ୟ ଗରବା ଡ୍ୟାନ୍ସ କରିବାକୁ ଏକ ଜବରଦସ୍ତ ତରିକା ଖୋଜି ବାହାର କରିଛନ୍ତି। ଯାହାକୁ ଆପଣେଇ ସମସ୍ତେ ଗରବା ଡ୍ୟାନ୍ସ କରିପାରିବେ।

କରୋନାଭାଇରସ ଭିତରେ ଗରବାକୁ ଏଞ୍ଜୟ କରିବା ପାଇଁ ସୁରତର ଫ୍ୟାସନ ଡିଜାଇନିଂ ଛାତ୍ର ପିପିଇ କିଟରୁ ପ୍ରସ୍ତୁତ କଷ୍ଟ୍ୟୁମରେ ଗରବା ଖେଳୁଛନ୍ତି। ଗରବା ଖେଳିବା ପାଇଁ ସେମାନେ ଧଳା ରଙ୍ଗର ପିପିଇ କିଟରେ ପ୍ରସ୍ତୁତ ଏହି କଷ୍ଟ୍ୟୁମକୁ ଏଥିନିକ ଟଚ ଦେବା ପାଇଁ ମଲଟି କଲର ଓଢ଼ଣୀ ପିନ୍ଧିଛନ୍ତି। କଷ୍ଟ୍ୟୁମକୁ ଅଧିକ ଆର୍କଷିତ କରିବା ପାଇଁ ଏହା ଉପରେ ଅଲଗା ଅଲଗା ରଙ୍ଗର ପେଣ୍ଟିଂ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.