Galaxy Note 20 ରେ ମିଳୁଛି ୧୦ ହଜାର ଡିସକାଉଣ୍ଟ, ସ୍ମାର୍ଟଓ୍ଵାଚ ସହିତ ମିଳୁଛି ମାଗଣାରେ ଇଅରବଡସ୍‌

ସାଉଥ କୋରିଆନ ଟେକନୋଲୋଜି କମ୍ପାନୀ Samsung ଫେଷ୍ଟିଭ ସିଜନ ସମୟରେReward Yourself ପ୍ରୋଗ୍ରାମ ଲଞ୍ଚ କରିଛି। ଏଥିଯୋଗୁଁ ଗ୍ରାହକଙ୍କୁ ଇଲେକଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନରେ ବିଭିନ୍ନ ଅଫର ସହିତ ରିହାତି ମଧ୍ୟ ମିଳୁଛି। ଏଚଡିଏଫସି ଏବଂ ଏସବିଆଇ କ୍ରେଡିଟ୍‌ କାର୍ଡ ୟୁଜର୍ସ ସାମସଙ୍ଗ ସ୍ମାର୍ଟଫୋନ୍ସ, େଓ୍ଵୟାରବଲ ଏବଂ ଟାବଲେଟସ୍‌ରେ ଫ୍ଲାଟ ୧୦ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ। ଏହି ସମୟରେ ଗାଲେକ୍ସି ସ୍ମାର୍ଟଫୋନରେ ମଧ୍ୟ ଜବରଦସ୍ତ ଡିସକାଉଣ୍ଟ ମିଳୁଛି।

୪,୯୯୯ ଟଙ୍କାରୁ ୧୦,୪୯,୯୯ ଟଙ୍କା ପର୍ଯ୍ୟନ୍ତ ସ୍ମାର୍ଟଫୋନ, ଟାବଲେଟସ୍‌ ଏବଂ େଓ୍ଵୟାରବଲ କିଣିବାରରେ ଏଚଡିଏଫସି କାର୍ଡରେ କିଣିଲେ ୧୦ ପ୍ରତିଶତ କ୍ୟାଶବ୍ୟାକ ମିଳୁଛି। ଏହି ଅଫର ୧୫ ଅକ୍ଟୋବରରୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ସେହିପରି ୪,୯୯୯ ଟଙ୍କାରୁ ୪୭,୯୯୯ ଟଙ୍କା ପର୍ଯ୍ୟନ୍ତ ଗାଲେକ୍ସି ସ୍ମାର୍ଟଫୋନରେ ଏସବିଆଇ କାର୍ଡ ସପିଂ କରିବାରେ ୧୦ ପ୍ରତିଶତ କ୍ୟାଶବ୍ୟାକ ମିଳିବ। ଏହି ଅଫର ୨୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

samsung

ସାମସଙ୍ଗର ସ୍ମାର୍ଟଓ୍ଵାଚ କିଣିଲେ ୩,୯୯୦ ଟଙ୍କାର ଗାଲେକ୍ସି ବଡସ୍‌+ ଫ୍ରିରେ ମିଳୁଛି। ଏହି ଅଫର ୧୫ ଅକ୍ଟୋବରରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ଅଫର ଛଡା ନୋ କଷ୍ଟ ଇଏମଆଇ, ସହଜ ଫାଇନାନ୍ସ ଅପସନ ସହିତ ଗାଲେକ୍ସି ସ୍ମାର୍ଟଫୋନରେ ୬୦ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ। ଏହି ସମସ୍ତ ଅଫର ଲିଡିଂ ରିଟେଲ ଷ୍ଟୋର ଏବଂ ସାମସଙ୍ଗର େଓ୍ଵବସାଇଟ୍‌ରୁ କିଣିବା ଦ୍ୱାରା ଲାଗୁ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.