Below header

ଭାଙ୍ଗିଗଲା ସବୁ ସ୍ଵପ୍ନ: ସବୁଦିନ ପାଇଁ ଛାଡି ଚାଲିଗଲେ ରଶ୍ମୀତା, ଏବେ ଜେଲରେ ପ୍ରେମିକ

ଏମିତି ପ୍ରେମ ପକ୍ଷୀ ଥିଲେ ରଶ୍ମୀତା ଓ ରଶ୍ମୀରଂଜନ। ରଶ୍ମୀତା ନିଜ ଜୀବନ ଠାରୁ ଅଧିକା ନିଜର କରିଥିଲେ ରଶ୍ମୀରଂଜନଙ୍କୁ । ସିନେମା ଠାରୁ ମଧ୍ୟ ଏମାନଙ୍କ ପ୍ରେମ କାହାଣୀ କିଛି କମ୍ ନଥିଲା । ରଶ୍ମୀତା ଏକ ପ୍ରକାର ପାଗଳ ହୋଇଯାଇଥିଲେ ରଶ୍ମୀରଞ୍ଜନଙ୍କ ପ୍ରେମରେ । ଶେଷ ପରିଣାମ ପ୍ରତି ନଜର ନଥିଲା । ଅନୁମାନ କରନ୍ତୁତ ଏମାନଙ୍କ ପ୍ରେମ କାହାଣୀ ଓ ତାର ପରିଣାମ କଣ ହୋଇଥିବ?

ଭୁବନେଶ୍ୱର (କେନ୍ୟୁଜ): ମୋ ଧନ ମୋ ସୁନା, ଗୋଟିଏ ମୁହୂର୍ତ୍ତ ବି ରହିପାରେନି ତୁମ ବିନା । ଚାଲ ଆମେ ଜହ୍ନ ରାଇଜରେ ଘର କରିବା । କିଛି ଏହିଭଳି ପ୍ରେମର ପରିଭାଷାରେ ଭାସି ଚାଲିଥିଲେ ପ୍ରେମିଯୁଗଳ । ଏମାନଙ୍କ ପ୍ରେମ ଆଗରେ ସବୁ ସତେ ଯେମିତି ଫିକା ଫିକା ଥିଲା । ଏମିତି ପ୍ରେମ ପକ୍ଷୀ ଥିଲେ ରଶ୍ମୀତା ଓ ରଶ୍ମୀରଂଜନ। ରଶ୍ମୀତା ନିଜ ଜୀବନ ଠାରୁ ଅଧିକା ନିଜର କରିଥିଲେ ରଶ୍ମୀରଂଜନଙ୍କୁ । ସିନେମା ଠାରୁ ମଧ୍ୟ ଏମାନଙ୍କ ପ୍ରେମ କାହାଣୀ କିଛି କମ୍ ନଥିଲା । ରଶ୍ମୀତା ଏକ ପ୍ରକାର ପାଗଳ ହୋଇଯାଇଥିଲେ ରଶ୍ମୀରଞ୍ଜନଙ୍କ ପ୍ରେମରେ । ଶେଷ ପରିଣାମ ପ୍ରତି ନଜର ନଥିଲା । ଅନୁମାନ କରନ୍ତୁତ ଏମାନଙ୍କ ପ୍ରେମ କାହାଣୀ ଓ ତାର ପରିଣାମ କଣ ହୋଇଥିବ?

ସୂଚନା ମୁତାବକ, କଟକ ଜିଲ୍ଲା ଫୁଲନଖରା ନିକଟ ବ୍ରାହ୍ମଣଝରିଲୋ ଗାଁର ବାବୁଲି ବେହେରାଙ୍କ ଝିଅ ରଶ୍ମୀତା । ଦେଖିବାକୁ ଯେମିତି ସୁନ୍ଦର ଗୁଣରେ ବି ସେମିତି ଭାରି ଭଲ ବୋଲି ଘର ଲୋକ କହିଛନ୍ତି । ରଶ୍ମୀତା ଗୋଟିଏ କମ୍ପାନୀରେ ଚାକିରୀ କରୁଥିଲେ । ଆଉ ସେହି କମ୍ପାନୀରେ ବ୍ରାହ୍ମଣ ଝରିଲୋ ଗାଁ ପାଖ ଆଉ ଏକ ଗାଁ ରାୟପୁର ବଣିଆ ସାହିର ଯୁବକ ରଶ୍ମୀରଞ୍ଜନ ବି କାମ କରୁଥିଲେ । ରଶ୍ମୀତା ଆଉ ରଶ୍ମୀରଞ୍ଜନ ମଧ୍ୟରେ ସେଠାରେ ଗଢିଉଠିଥିଲା ଭଲ ପାଇବା । ଧୀରେ ଧୀରେ ଏମାନଙ୍କ ପ୍ରେମ ସ୍ଵପ୍ନର ଘରଟିଏ ତୋଳି ସାରିଥିଲା। ଆଉ ରଶ୍ମୀତା ରଶ୍ମୀରଞ୍ଜନକୁ ପାଇବାପା ମାଆ ଭାଇ ବନ୍ଧୁ ସମସ୍ତଙ୍କୁ ଏକ ପ୍ରକାର ଭୁଲି ଯାଇଥିଲେ । ଜୀବନ ଠାରୁ ଅଧିକା ଭଲ ପାଉଥିବା ରଶ୍ମୀରଞ୍ଜନଙ୍କୁ ବି ସେ ଦୁର୍ଘଟଣାରୁ ମରଣ ମୁହଁରୁ ବଞ୍ଚାଇ ଆଣିଥିଲେ। ଏମିତି ଥିଲା ଉଭୟଙ୍କ ଭଲପାଇବା ଯେ ଥିଲା ଉଭୟ ଗୋଟିଏ ଘରେ ଏକାଠି। ରହୁଥିଲେ। ଏମିତି ଦୀର୍ଘ ଛଅ ବର୍ଷ ହେଲା ଚାଲିଥିଲା ଏମାନଙ୍କ ପ୍ରେମ । ହେଲେ ପ୍ରେମର ଜୁଆରରେ ଦିନେ ଭଟ୍ଟା ଆସିବ ଆଉ ସେଥିରେ ରଶ୍ମୀତାଙ୍କୁ ଜୀବନ ଦେବାକୁ ପଡିବ ଏକଥା କେହି ଜାଣିନଥିଲେ ।

lover

ଘଟଣା ଦିନ କୁଆଡେ ରଶ୍ମୀତା ଆଉ ରଶ୍ମୀରଞ୍ଜନ ପୁରୀ ଯାଇଥିଲେ ବୁଲିବାକୁ । ସେଠାରୁ ଫେରି ଘରେ ମାଆ ପାଖରେ ପଡ଼ି ଯାଇଥିଲେ ରଶ୍ମୀତା । ତାପରେ ରଶ୍ମୀତାଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ କଟକ ବଡ଼ ମେଡିକାଲ ନିଆଗଲା । ସେଠାରେ ଜଣାପଡିଥିଲା ରଶ୍ମୀତା ବିଷ ପାନ କରିଛନ୍ତି ବୋଲି । ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ୱେ ସେଠାର ଭଲ ହୋଇ ପାରିଲେନି ରଶ୍ମୀତା । ତେଣୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ୭ ଦିନ ଧରି ଚିକିତ୍ସା କଲା ପରେ ମଧ୍ୟ ରଶ୍ମୀତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର। ଶେଷରେ ସବୁଦିନ ପାଇଁ ଆଖି ବୁଜିଦେଲେ ।

ଏପଟେ ଏହି ଘଟଣାପରେ ରଶ୍ମୀତାଙ୍କ ପରିବାର ଲୋକେ ପ୍ରେମିକ ରଶ୍ମୀରଞ୍ଜନ ନାମରେ କଟକ ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୋଲିସ ଗିରଫ କରିଛି ପ୍ରେମିକ ରଶ୍ମୀରଞ୍ଜନଙ୍କୁ । ଏଣେ ରଶ୍ମୀତାଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କଣ ଘଟିଲା ? କାହିଁକି ଘଟିଲା ? କେଉଁ ପରିସ୍ଥିତିରେ ଘଟିଲା ଏ ପ୍ରଶ୍ନର ଉତ୍ତର କେବଳ ରଶ୍ମୀତା ଓ ରଶ୍ମୀରଞ୍ଜନ ହିଁ ଦେଇପାରିବେ । ହେଲେ ଉତ୍ତର ଦେବାକୁ ରଶ୍ମୀତା ଆଉ ଏ ଦୁନିଆରେ ନାହାନ୍ତି । ସେ ଯାହାବି କାରଣ ଥାଉଳ କିନ୍ତୁ କୌଣସି ପ୍ରେମର ଶେଷ ପରିଣାମ ଏମିତି ହେବା ଆଦୌଂ ଗ୍ରହଣୀୟ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.