Below header

ଓଏସଏସସି ପ୍ରଶ୍ନପତ୍ର ଲିକ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ: ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ପ୍ରଥମ ଥର ପାଇଁ ଆକ୍ସନ ମୋଡକୁ ଆସିଲା ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

(କେନ୍ୟୁଜ): ଓଏସଏସସି ଜେଇ ସିଭିଲ୍‌ ମେନ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ । ଆକ୍ସନ ମୋଡକୁ ଆସିଛନ୍ତି ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ । ପ୍ରଶ୍ନପତ୍ର ଲିକ୍‌ ସହ ଜଡିତ ଥିଲେ ୫୫ ଜଣ ପରୀକ୍ଷାର୍ଥୀ । ସେମାନଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ୍‌ । କାହିଁକି ଜୀବନ ସାରା ପରୀକ୍ଷାରୁ ବାଦ ଦିଆଯିବ ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି OSSC । ସେମାନଙ୍କ ବ୍ୟତୀତ ପ୍ରଶ୍ନପତ୍ର ଲିକରେ ଆଉ ୩୭ ଜଣ ପରୀକ୍ଷାର୍ଥୀ ବି ଜଡ଼ିତ ଥିବା ଜଣା ପଡିଛି । ସେମାନଙ୍କ ବାବଦରେ ବାଲେଶ୍ୱର ପୋଲିସ ପାଖରୁ ମଗାଯାଇଛି ବିସ୍ତତ ତଥ୍ୟ । ପ୍ରଶ୍ନପତ୍ର ଲିକ ସମେତ ଅସାଧୁ କାର୍ଯ୍ୟରେ ଲିପ୍ତ ପ୍ରାର୍ଥୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି OSSC କହିଛି ।

ଏହି ବହୁ ଚର୍ଚ୍ଚିତ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୋଟ୍ ୧୭ ଜଣ ଗିରଫ ହୋଇଛନ୍ତି । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ବିହାରର ଜଣେ ସରକାରୀ କର୍ମଚାରୀ ରହିଛନ୍ତି, ଓଡିଶାରୁ ୨ ଜଣ ଶିକ୍ଷକ ମଧ୍ୟ ଏହି କାରବାରରେ ସାମିଲ ଅଛନ୍ତି । ବାଲେଶ୍ୱର ଏସପି ସାଗରିକା ନାଥ ଏହି ମାମଲାରେ ତଦନ୍ତ କରି ଏକ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଏହି ରାକେଟ୍ ସହ ଡିଲରେ ଜଡ଼ିତ ଥିବା ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ଓଏସ୍ଏସସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.