ମୁହଁରୁ ବାହାରିଥିବା ସବୁ ଇଛା ପୁରା କରନ୍ତି ଇଶ୍ବର, ଜାଣନ୍ତି କି ଦିନରେ ଥରୁଟିଏ ଆସିଥାଏ ଏହି ଗୋଲଡେନ୍ ମିନିଟ୍

ଯେଉଁମାନେ ଚମତ୍କାର, ଆଧ୍ୟାତ୍ମ ଏବଂ ଦୈବିକ ଶକ୍ତି ଉପରେ ବିଶ୍ବାସ ରଖନ୍ତି ସେମାନେ ଜାଣନ୍ତି ଯେ ଇଶ୍ବର ନିଜ ଉପସ୍ଥିତିର ଆହଟ୍ କୌଣସି ବି ମୁହୂର୍ତ୍ତରେ ଦେଇପାରନ୍ତି । ସେ ଆମର ଇଛାକୁ ଶୁଣିପାରନ୍ତି। ଏବଂ ଯଦି ଆମେ ହୃଦୟରୁ କୌଣସି ଇଛା କରିଥାଉ ତାକୁ ସେ ପୁରା ମଧ୍ୟ କରନ୍ତି ।

ହେଲେ କଣ ଆପଣ ଜାଣନ୍ତି, ଦିନର ୨୪ ଘଣ୍ଟା ମଧ୍ୟରେ ଗୋଟିଏ ମିନିଟ୍ ବା ମୁହୂର୍ତ୍ତ ଏମିତି ଆସିଥାଏ ଯେତେବେଳେ ମୁହଁରୁ ବାହାରିଥିବା ସବୁ ଇଛା ପୂର୍ଣ୍ଣ ହୋଇଥାଏ । ଯାହା ବି ମାଗିଲେ ନିଶ୍ଚୟ ପୁରା ହୋଇଥାଏ । ଏହି ମିନିଟକୁ ବା ମୁହୂର୍ତ୍ତକୁ ଗୋଲଡେନ୍ ମିନିଟ୍ କୁହାଯାଏ । ହେଲେ କେବେ ଆସିଥାଏ ଏହି ଗୋଲଡେନ୍ ମିନିଟ୍ । ଦିନର ତାହା କେଉଁ ମୁହୂର୍ତ୍ତ ଯେତେବେଳେ ଆମ ମନର ସବୁ ଇଛା ଇଶ୍ବରଙ୍କ ପର୍ଯ୍ୟନ୍ତ ପହଂଚିଥାଏ ।

ଗୋଲଡେନ୍ ମିନିଟର ଗଣନା :

pray godଏହି ଗୋଲଡେନ ମିନିଟକୁ ଗଣନା କରିବାର ମଧ୍ୟ ବିଶେଷ ସିଦ୍ଧାନ୍ତ ରହିଛି । ଆପଣଙ୍କୁ ମାସର ଆରମ୍ଭ ଏବଂ ଦିନର ଆକଳନ କରିବାକୁ ପଡିବ । ଧରିନିଅନ୍ତୁ ଏହା ଜାନୁଆରୀ ମାସ ଏବଂ ତାରିଖ ହେଉଛି ୧୧ । ତେବେ ଗୋଲଡେନ୍ ମିନିଟ୍ ହେଉଛି ୧୧.୦୧ , ଅର୍ଥାତ୍ ଦିନ ୧୧ଟା ବାଜି ୧ ମିନିଟ୍ । ଏହି ସମୟରେ ଯାହା ମାଗିବେ ତାହା ପୁରା ହେବ ।

ସେହିପରି ଯଦି ଅଗଷ୍ଟ ମାସ ଏବଂ ତାରିଖ ହେଉଛି ୧୦ । ତେବେ ଗୋଲଡେନ୍ ମିନିଟ୍ ହେବ ୧୦.୦୮ । ଅର୍ଥାତ୍ ଦିନ ୧୦ ଟା ୮ ମିନିଟ୍ । କିନ୍ତୁ ୨୫ ରୁ ୩୧ ତାରିଖ ମଧ୍ୟରେ ଏହା ଓଲଟା ଗଣନା ହେବ । ଯେମିତି କି ଜାନୁଆରୀ ୨୫ ହୋଇଥିଲେ ଗୋଲଡେନ୍ ମିନିଟ୍ ହେବ ୧.୨୫ ।

ଏବେ ଏହି ସମୟକୁ ଧ୍ୟାନରେ ରଖନ୍ତୁ । ଏବଂ ସତ୍ ହୃଦୟ ଏବଂ ଭାବନାର ସହ ନିଜ ମନ କଥା ଇଶ୍ବରଙ୍କ ପର‌୍ୟ୍ୟନ୍ତ ପହଂଚାନ୍ତୁ । ଆପଣଙ୍କ ମନସ୍କାମନା ନିଶ୍ଚୟ ପୁରା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.