Below header

କେବଳ ଚା ବିକି ୨୩ ଦେଶ ବୁଲି ସାରିଲେଣି ଏହି ଦମ୍ପତି

କୋଚ୍ଚିରେ ରହୁଥିବା ବିଜୟନ ଏବଂ ତାଙ୍କ ପତ୍ନୀଙ୍କର ବୟସ ୭୦ ବର୍ଷରୁ ଅଧିକ ଅଟେ। ଗତ ୫୬ ବର୍ଷରୁ ଦୁହେଁ ଗୋଟିଏ ଚା’ର ଷ୍ଟଲ ଚଲାଉଛନ୍ତି। ତାଙ୍କ ଦୋକାନକୁ ଆସୁଥିବା ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ଦମ୍ପତି ୨୩ ରୁ ଅଧିକ ଦେଶ ବୁଲି ସାରିଲେଣି। ବିଜୟନ ଏବଂ ତାଙ୍କ ପତ୍ନୀ ଏବେ ପର୍ଯ୍ଯନ୍ତ ସିଙ୍ଗାପୁର, ଆର୍ଜେଣ୍ଟିନା, ପେରୁ, ବ୍ରାଜିଲ ଏବଂ ସ୍ବିଜରଲ୍ଯାଣ୍ଡ ବୁଲି ସାରିଲେଣି। ଆନନ୍ଦ ମହିନ୍ଦ୍ରାଙ୍କର ଟ୍ବିଟ ପରେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କର ବହୁତ ଚର୍ଚ୍ଚା ହେଉଛି।

ଆନନ୍ଦ ମହିନ୍ଦ୍ରା କହିଲେ କେରଳ ଆସିଲେ ତ ଚା ପିଇବାକୁ ନିଶ୍ଚୟ ଆସିବି

ନିକଟରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ଯାନ ଆନନ୍ଦ ମହିନ୍ଦ୍ରା ଏକ ଟ୍ବିଟ କରି ଏହି ଦମ୍ପତିଙ୍କ ବିଷୟରେ ଦୁନିଆକୁ ଜଣାଇଥିଲେ। ମହିନ୍ଦ୍ରା କହିଲେ ଯେ ଏହି ଦମ୍ପତି ଦୁନିଆର ସବୁଠାରୁ ଧନୀ ମାନଙ୍କ ଲିଷ୍ଟ -ଫୋବର୍ସରେ ସାମିଲ ନାହାନ୍ତି କିନ୍ତୁ ଏହା ତାଙ୍କର ଅସଲ ସମ୍ପତ୍ତି ଜୀବନ ପ୍ରତି ତାଙ୍କର ସୁନ୍ଦର ଦୃଷ୍ଟି ଅଟେ। ସେ ଆଗକୁ ଲାଗିଲେ, ଯେବେବି ମୁଁ ସହରକୁ ଯିବି ସେତେବେଳେ ତାଙ୍କ ଠାରେ ହିଁ ଚା ପିଇବି ଏବଂ ତାଙ୍କ ସହିତ ଜଡିତ ସ୍ମ୍ରୁତି ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିବି।

0521_tea_3ପିଲାବେଳର ସ୍ବପ୍ନ ଥିଲା ଦୁନିଆ ଭ୍ରମଣ କରିବା : ବିଜୟନ

ବିଜୟନ କହିଲେ ଯେ ଦୁନିଆରେ ଭ୍ରମଣ କରିବା ମୋର ପିଲାବେଳର ସ୍ବପ୍ନ ଥିଲା। ମୁଁ ଟଙ୍କା ରୋଜଗାର କରି ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଚାହୁଁଥିଲି। ଏଥିପାଇଁ ସ୍ଥାୟୀ ରୋଜଗାର କରିବା ପାଇଁ ମୁଁ ରାସ୍ଥା ପାଖରେ ଚା ବିକିବା କାମ ଆରମ୍ଭ କରିଦେଲି।

ଏହା ସହ ପଢ଼ନ୍ତୁ : ପ୍ରସବ ବେଳେ ପ୍ରସୂତି ପେଟରେ ପିଲାର ମୁଣ୍ଡ ଗଣ୍ଡି ଅଲଗା ହେଲା

ବିଦେଶ ବୁଲିବା ପାଇଁ ଏହିଭଳି କରୁଥିଲେ ପ୍ଲାନିଙ୍ଗ୍

-କେମିତି ବିଜୟନ କମ୍ ରୋଜଗାର ହେବା ସତ୍ତ୍ବେ ବି ବୁଲିବା ପାଇଁ ଟଙ୍କା ସଞ୍ଚୟ କରୁଥିଲେ ?

ପ୍ରତିଦିନ ୩୦୦ ଟଙ୍କା ସଞ୍ଚୟ କରିବା ପରେ ଯେଉଁ ଟଙ୍କା ଜମା ହେଉଥିଲା ସେଥିରେ ଏହି ଦମ୍ପତି ବୁଲିବାକୁ ଯାଉଥିଲେ। ଯଦି ଟଙ୍କା କମ୍ ପଡୁଥିଲା ତେବେ ଏମାନେ ବ୍ଯାଙ୍କରୁ ଲୋନ ମଧ୍ୟ ନେଉଥିଲେ। ଲୋନ ପାଇଁ ସେମାନେ ନିଜ ଦୋକାନକୁ ବନ୍ଧା ରଖୁଥିଲେ। ବୁଲି ଆସିବା ପରେ ଦମ୍ପତି ପୁଣି ଟଙ୍କା ଜମା କରୁଥିଲେ ସେଥିରେ ଲୋନ ସୁଝି ଦୋକନକୁ ମୁକୁଳାଉଥିଲେ। ଲୋନ ପୂରା ହେବା ମାତ୍ରକେ ହିଁ ଦମ୍ପତି ପୁଣି ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତି କରୁଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ ବିଜୟନଙ୍କ ଉପରେ ଗୋଟିଏ ଶର୍ଟ ଫିଲ୍ମ INVISIBLE WINGS ମଧ୍ୟ ତିଆରି ହୋଇ ସାରିଛି ଏବଂ ଏହି ଫିଲ୍ମକୁ ଗତ ବର୍ଷ ଫିଲ୍ମ ଫେୟାର ଆୱାର୍ଡରେ ମଧ୍ୟ ସମ୍ମାନିତ କରାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.