Below header

“ନ୍ୟାସନାଲ ହଗିଙ୍ଗ ଡ଼େ”ରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିନେଲା ଏହି ଭିଡିଓ, କାହିଁକି ଜାଣନ୍ତୁ

ନ୍ୟାସନାଲ ହଗିଙ୍ଗ ଡ଼େ ଅବସରରେ ବିଭିନ୍ନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଆପଣ ଦେଖିପାରିବେ ଦୁଇଟି ଗୋଲଡେନ ମଙ୍କି (ମାଙ୍କଡଙ୍କ ବିଶେଷ ପ୍ରଜାତି) ପରସ୍ପରକୁ ଏକ ଭିନ୍ନ ଅନ୍ଦାଜରେ ଯାଦୁ କି ଝପପି ଦେଉଛନ୍ତି । ଅର୍ଥାତ ଖୁବ ନିବିଡ଼ତାରେ ପରସ୍ପରକୁ କୋଲାଈ ନେଉଛନ୍ତି । ଭିଡିଓଟିକୁ @wwf -uk ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତି – “କେବେ କେବେ ଆମକୁ ବି ଯାଦୁ କି ଝପ୍ପୀ ଆବଶ୍ୟକ ହୋଇଥାଏ ।” ସୂଚନା ଦେଉଛୁକି ଆଜି “ନ୍ୟାସନାଲ ହକିଙ୍ଗ ଡ଼େ”ରେ ଏହି ଦୁର୍ଲଭ ଭିଡିଓ ଟିକୁ ଦ୍ଵିତୀୟ ଥର ପାଇଁ ସେୟାର କରାଯାଇଛି । ମାଙ୍କଡ ମାନଙ୍କ ଏହି ବିଶେଷ ପ୍ରଜାତି ଲୋପ ପାଇବାକୁ ବସିଲେଣି ।

ଆଉ ସବୁଠୁ ମଜାଦାର କଥା ହେଉଛି ଭିଡିଓଟିକୁ ଦେଖିବା ପରେ ଲୋକେ ବି ପରସ୍ପରକୁ କୋଳାଗ୍ରତ କରୁଛନ୍ତି । ଏମିତିକି ଭରଚୁଆଲରେ ବି କୋଳାଗ୍ରତ କରୁଥିବା ନଜର ଆସୁଛନ୍ତି । ଆଉ ମଧ୍ୟ ଭିଡିଓଟି ଦେଖିବା ସହ ପ୍ରିୟଜନଙ୍କୁ ଟ୍ୟାଗ ମଧ୍ୟ କରୁଛନ୍ତି । ଅନ୍ୟପକ୍ଷରେ ଦେଶରେ ଗତ ୧୦ ମାସ ହେବ ଲାଗି ରହିଥିବା କରୋନା ମହାମାରୀ କାରଣରୁ ସୋସିଆଲ ଡ଼ିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବା ସହ ହ୍ୟାଣ୍ଡସେକକୁ ବାରଣ କରାଯାଇଛି । କରୋନା ସମୟରେ ଲୋକେ ପ୍ଲାଷ୍ଟିକରୁ ତିଆରି କର୍ଟନ ମାଧ୍ୟମରେ ପରସ୍ପରକୁ କୋଳାଗ୍ରତ କରୁଥିଲେ ।

କହିରଖୁଛୁକି, ପରସ୍ପର ପ୍ରତି ଥିବା ଭଲ ପାଇବାକୁ ପ୍ରକାଶ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୧ ତାରିଖକୁ “ନ୍ୟାସନାଲ ହଗିଙ୍ଗ ଡ଼େ” ଭାବେ ପାଳନ କରାଯାଇଥାଏ । ଏମିତି କରିବା ଦ୍ୱାରା ମନ ଭିତରେ ଥିବା ଆକ୍ରୋଶ ଦୂର ହେଉଥିବା ନେଇ ବିଶ୍ୱାସ କରାଯାଏ । ଭାରତରେ ଏହାକୁ “ଯାଦୁ କି ଝପ୍ପୀ” କୁହାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.