ପୁରୀ : ପୁଅ ଚଲାଇଲା ଗାଡ଼ି ଏବେ ବାପା ଗଣିବେ ୨୫ ହଜାର ଫାଇନ୍‌

ପୁରୀ (କେ ନ୍ୟୁଜ୍‌) : ଗତକାଲି ଭୁବନେଶ୍ୱର ପରେ ଆଜି ପୁରୀରେ ବଡ଼ ଫାଇନ୍‌ । ଜଣେ ନାବାଳକ ବାଇକ୍‌ ଚଳାଇ ଯାଉଥିବା ବେଳେ ଚେକିଂରେ ପଡ଼ିଲେ । ଆଉ କଟିଛି ୨୫ ହଜାର ଟଙ୍କାର ଚାଲାଣ ।

ପୁରୀ ହସପିଟାଲ ଛକରେ ଟ୍ରାଫିକ ଧରପଗଡ଼ ବେଳେ କୁମ୍ଭାରପଡ଼ା ଅଞ୍ଚଳରେ ଜଣେ ନାବାଳକ ଵେପାରୁଆ ଭାବେ ଆପାଚି ବାଇକ୍‌ ଚଳାଇ ଯାଉଥିଲେ । ଆଉ ହାବୁଡ଼ରେ ପଡ଼ିଗଲେ ଟ୍ରାଫିକ କର୍ମଚାରୀଙ୍କର । ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ନାବାଳକର ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମନା ହୋଇଛି। ଏଥିସହ ବାଇକ୍‌କୁ ଜବତ କରି ଜିଲ୍ଲା ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି।

CHECKING

ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ପୁରୀ ସହର ଉପକଣ୍ଠ ସ୍ଥିତ ବିଭିନ୍ନ ପ୍ରମୁଖ ଛକ ତଥା ସହର ମଧ୍ୟରେ ଟ୍ରାଫିକ ଚେକିଂକୁ କଡ଼ାକଡ଼ି କରାଯାଇଛି। ତେବେ ଏତେ ସଚେତନତା ଏବଂ ଦଣ୍ଡ ସତ୍ତ୍ୱେ ଲୋକେ ତଥାପି ବୁଝୁ ନାହାନ୍ତି ।

 

Leave A Reply

Your email address will not be published.