Below header

କିଡନୀ ଠକ ହିମାଂଶୁ ନନ୍ଦକୁ ଆଉ ୩ ଦିନ ରିମାଣ୍ଡରେ ନେବା ପାଇଁ ଲକ୍ଷ୍ମୀସାଗର ପୋଲିସକୁ ଅନୁମତି ଦେଲେ SDJM

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ରିମାଣ୍ଡରେ ଯିବ କିଡନୀ ଠକ ହିମାଂଶୁ ନନ୍ଦ। ଆଉ ୩ ଦିନ ରିମାଣ୍ଡରେ ନେବା ପାଇଁ ଲକ୍ଷ୍ମୀସାଗର ପୋଲିସକୁ ଅନୁମତି ଦେଇଛନ୍ତି SDJM କୋର୍ଟ। କାଲିଠୁ ରିମାଣ୍ଡରେ ଯିବ କିଡନୀ ଠକ । ଲକ୍ଷ୍ମୀସାଗର ଥାନାରେ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କିଡ୍‌ନୀ ଠକେଇ ନେଇ ଜଣେ ମହିଳା ଅଭିଯୋଗ କରିଥିଲେ। ପୂର୍ବରୁ ନୟାପଲ୍ଲୀ ପୋଲିସ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ସମୟରେ ହିମାଂଶୁ ନନ୍ଦର କଳା ସାମ୍ରାଜ୍ୟର ଅନେକ ଗୁମର ପୋଲିସ ହାତରେ ଲାଗିଛି ।

ଲୋକଙ୍କୁ ଠକି ସେମାନଙ୍କ ଟଙ୍କାରେ ହିମାଂଶୁ କରିଥିଲା ସୋରୁମ୍‌ । ପିପିଲି ନିକଟରେ ତାର ରହିଛି ଏକ ହୋମ୍‌ ଡେକୋରେଟିଂ ଅଫିସ । ନିଜ ଅଫିସର ବିଜ୍ଞାପନ ବିଭିନ୍ନ େଓ୍ଵବ ପୋର୍ଟାଲରେ କରୁଥିଲା ହିମାଂଶୁ । ହିମାଂଶୁ କେବଳ ଭୁବନେଶ୍ୱର ନୁହେଁ, ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ କିଡନୀ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଛି । ଏବେ ସୁଦ୍ଧା ତା ନାଁରେ ରୁଜୁ ହୋଇଛି ୪ଟି ମାମଲା । ଏବେ ରାଜ୍ୟ ବାହାର ଲିଙ୍କର ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.