ସୋନଲ ଶର୍ମା : ଦିନେ ଗୋଶାଳାରେ କାମ କରୁଥିଲେ ଆଜି ହୋଇ ପାରିଛନ୍ତି ଜଜ୍‌

କଥାରେ ଅଛି ପରିଶ୍ରମ କେବେ ବେକାର ଯାଏ ନାହିଁ । ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ଅସମ୍ଭବ ନୁହେଁ । ଆଜିକାଲି ସବୁ କ୍ଷେତ୍ରରେ ନାରୀମାନେ ସଫଳତା ହାସଲ କରିଛନ୍ତି । ଆଜି ଆମେ ଏମିତି ଜଣେ ନାରୀର ସଫଳତା କାହାଣୀ ବିଷୟରେ କହିବୁ ଯିଏ କି ଗୋଶାଳାରେ ପଢ଼ି ଜଜ୍‌ ହୋଇ ପାରିଛନ୍ତି । ଆସନ୍ତୁ ଆଜି ସେହି ମହିଳା ସୋନଲ ଶର୍ମ୍ମାଙ୍କ ସଫଳତା କାହାଣୀ ବିଷୟରେ ଜାଣିବା ।

ବାପାଙ୍କ ସହ ଗୋଶାଳାରେ କରନ୍ତି କାମ

ସୋନଲ୍‌ ଆଜି ତାଙ୍କ ସଫଳତାର ଶ୍ରେୟ ତାଙ୍କ ପିତାଙ୍କୁ ଦିଅନ୍ତି । ସୋନଲ୍‌ଙ୍କ ପିଲାଦିନ ଅନ୍ୟ ପିଲାଙ୍କ ଭଳି ଖେଳ କୁଦ୍‌ରେ କଟିନାହିଁ । ପିଲାଟି ସମୟରୁ ସେ ବାପାଙ୍କ ସହ ଗୋଶାଳାରେ କାମ କରନ୍ତି । ଆଜି ରାଜସ୍ଥାନର ନ୍ୟାୟିକ ସେବା ପ୍ରତିଯୋଗିତାରେ ସେ ସଫଳତା ପାଇଁ ଜଜ୍‌ ହୋଇପାରିଛନ୍ତି ।

sonal
photo credit: punjabkesari

ଭଲ ପାଠ ବି ପଢ଼ୁଥିଲେ

ସୋନଲ୍‌ ବାପାଙ୍କ ସହ ଗୋଶାଳାରେ ଗୋବର ଉଠାଇବା ସହ ଗାଈଙ୍କ ସେବା ମଧ୍ୟ କରନ୍ତି । ଟିକିଏ ସମୟ ପାଇଲେ ସେଠାରେ ପାଠ ମଧ୍ୟ ପଢ଼ନ୍ତି । ଗୋଶାଳାରେ ଅଧିକାଂଶ ସମୟ ବିତାଉଥିବା ସୋନଲ୍‌ ପାଠରେ ମଧ୍ୟ ସର୍ବଦା ୧ ନମ୍ବରରେ ରୁହନ୍ତି ।

sonal
photo credit: punjabkesari

ଆର୍ଥିକ ଅସୁବିଧାରୁ କେବେ କୋଚିଂ ବି ନେଇ ନାହାଁନ୍ତି

କୌଣସି ବି ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରାୟ ସମସ୍ତେ କୋଚିଂ ନେଇଥାନ୍ତି । ହେଲେ ସୋନଲ୍‌ ଏହି ପରୀକ୍ଷା ପାଇଁ କୌଣସି କୋଚିଂ ନେଇନାହାଁନ୍ତି । ସେ ଏଲ୍‌ଏଲ୍‌ବି ପଢ଼ିବା ଦିନଠୁ ଜଜ୍‌ଙ୍କୁ ଦେଖି ଜଜ୍‌ ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ଯଦିଓ ପ୍ରଥମ ଥରରେ ସେ ସଫଳତା ପାଇ ନଥିଲେ । ତେବେ ଦ୍ୱିତୀୟ ଥରରେ ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜଜ୍‌ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି ।

ସୋନଲ୍‌ ସ୍କୁଲ୍‌ରେ ପଢ଼ୁଥିବା ବେଳେ ସାଙ୍ଗମାନଙ୍କୁ କହିବାକୁ ଲାଜ କରୁଥିଲେ ଯେ ସେ ଜଣେ କ୍ଷୀର ବିକାଳିଙ୍କ ଝିଅ ବୋଲି । ସୋନଲ୍‌ ସାଇକଲ୍‌ରେ କଲେଜ ଯାଉଥିବା ବେଳେ ଖାଲି ତେଲ ଡବାରେ ଟେବଲ୍‌ ତିଆରି କରି ତା’ ଉପରେ ପଢ଼ୁଥିଲେ । ପରିବାର ଆର୍ଥିକ ସଙ୍କଟରେ ଗତି କରୁଥିଲେ ମଧ୍ୟ ପିତା ମାତା ଲୋନ୍‌ କରି ତାଙ୍କୁ ପଢ଼ାଇବାରେ ସହାୟତା କରନ୍ତି ବୋଲି ସେ କହିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ନିଜର ବାପା ମା’ଙ୍କୁ ସମସ୍ତ ଶ୍ରେୟ ଦିଅନ୍ତି ।

Leave A Reply

Your email address will not be published.