Below header

ଆମାଜନ୍‌ ଗ୍ରାହକ ଗାଈ ଗୋବରକୁ ଭାବିନେଲେ କେକ୍‌, ସୋସିଆଲ ମିଡିଆରେ ଭାଇରାଲ ହେଉଛି ରିଭ୍ୟୁ

ଆପଣ କେବେ ଗୋବର ଖାଇବା ବିଷୟରେ ଭାବିଛନ୍ତି? ଆପଣମାନଙ୍କୁ ଏହି କଥା ନିହାତି ଭାବେ ଅଜବ ଲାଗୁଥିବ, କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ରିଭ୍ୟୁକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ରିଭ୍ୟୁ ପଢ଼ିବା ପରେ ଲାଗୁଛି, ଜଣେ ବ୍ୟକ୍ତି ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗୋବରକୁ ଅନଲାଇନ ଶପିଂ ଜରିଆରେ ଆମାଜନ୍‌ରୁ ଅର୍ଡର କରିଥିଲେ। କିନ୍ତୁ ସେ ଏହାକୁ ପୂଜା କାର୍ଯ୍ୟରେ ଉପଯୋଗ ନ କରି ଖାଇ ଦେଇଥିଲେ।

ଗୋବର ଖାଇବା ପରେ ସେ ଏହି ପ୍ରଡକ୍ଟ ବିଷୟରେ ସାଇଟ୍‌ରେ ନିଜର ରିଭ୍ୟୁ ମଧ୍ୟ ଦେଇଛନ୍ତି। ବ୍ୟକ୍ତି ଜଣକ ଲେଖିଛନ୍ତି, ‘ମୁଁ ଏହି କେକ୍‌କୁ ଖାଇଲି, ଏହାର ସ୍ୱାଦ ବହୁତ ଖରାପ। ଏହା ଘାସ ଭଳି ଥିଲା ଏବଂ ସ୍ୱାଦରେ କାଦୁଅ ଭଳି ଲାଗୁଥିଲା। ମୋତେ ଏହାପରେ ଲୁଜ୍‌ ମୋଶନ ହୋଇଥିଲା। ଦୟାକରି, ଏହାକୁ ବନାଇବା ବେଳେ ଅଧିକ ଟିକେ ସ୍ୱଚ୍ଛ ରୁହନ୍ତୁ। ଏହାଛଡ଼ା ଏହି ଉତ୍ପାଦର ସ୍ୱାଦ ଏବଂ କୁରକୁରେପଣ ଉପରେ ଧ୍ୟାନ ଦିଅନ୍ତୁ’। ତେବେ କିଛି ଲୋକଙ୍କ କହିବା ହେଲା, ବ୍ୟକ୍ତି ଜଣକ ଗାଈ ଗୋବରକୁ ଅସଲି କେକ୍‌ ଭାବି ନେଇଥିଲେ, ଯାହାଫଳରେ ତାଙ୍କ ଦେହ ଖରାପ ହୋଇଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.