ଢେଙ୍କାନାଳ: କଲେଜରୁ ଏକା ସାଙ୍ଗରେ ସ୍କୁଟିରେ ଫେରୁଥିଲେ କିରାଣି ଓ ପିଅନ, ଅଧାବାଟରେ ଟ୍ରକ ଧକ୍କାରେ ଚାଲିଗଲା ଜଣକ ଜୀବନ

କାମକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ  କୁଟୁରିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ ସହ ସ୍କୁଟିର ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଘଟଣା ସ୍ଥଳରେ ସ୍କୁଟି ଚାଳକ ଜଣକ  ମୃତ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ମହାବିରୋଡ଼ କଲେଜର କିରାଣି କମଳଲୋଚନ ହାତୀ । ଗୁରୁତର ଜଣଙ୍କ ହେଲେ ସେହି କଲେଜର ପିଅନ ମୁରଲୀ ସାହୁ ।

dhenakanal 1

ସୂଚନାଯୋଗ୍ୟ କି ଉଭୟ କଲେଜରୁ ଏକ ସ୍କୁଟିରେ  ଗ୍ରମକୁ ଫେରୁଥିବା ବେଳେ ରଣପସି ଗ୍ରାମ ନିକଟରେ ଟ୍ରକ୍ ସହ ଦୁର୍ଘଟଣା ହୋଇଥିଲା।ଘଟଣା ସ୍ଥଳରେ କମଳଲୋଚନଙ୍କ ମୃତ୍ୟୁ ହୋଇଥିବା ବେଳେ  ମୁରଲୀଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।। ଘଟଣାସ୍ଥଳରେ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ରକକୁ ଜବତ କରି ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.