Below header

Airtel ଲଞ୍ଚ କଲା ଦୁଇଟି ଶସ୍ତା କମ୍ବୋ ପ୍ଲାନ, ମାତ୍ର ୭୮ ଟଙ୍କାରେ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ

ଯଦି ଆପଣ ଜଣେ ଏୟାରଟେଲ ୟୁଜର ଆଉ ଗୀତ ଶୁଣିବାକୁ ଖୁବ ପସନ୍ଦ କରନ୍ତି ତେବେ ଆପଣଙ୍କ ପାଇଁ କମ୍ପାନୀ ଦୁଇଟି ଖାସ ପ୍ଲାନ ଲଂଚ କରିଛି । Airtel ୭୮ ଟଙ୍କିଆ ଓ ୨୪୮ ଟଙ୍କିଆ ଦୁଇଟି ପ୍ରି ପେଡ଼ ପ୍ଲାନ ବଜାରରେ ଲଞ୍ଚ ହୋଇଛି । ଯେଉଁଥିରେ Wynk ମ୍ୟୁଜିକ ଆପ ପ୍ରିମିୟମ ସବସ୍କ୍ରିପସନ ମିଳୁଛି । ଏହି ଦୁଇ ପ୍ଲାନକୁ ଏୟାରଟେଲ ଥ୍ୟଂକ୍ସ ଆପରେ ଦେଖାଯାଇପାରିବ । ତେବେ ଆସନ୍ତୁ ଏୟାରଟେଲର ଏହି ଦୁଇ ପ୍ଲାନ ବାବଦରେ ଜାଣିବା ।

Airtelର ୭୮ ଟଙ୍କିଆ ପ୍ଲାନ:

କମ୍ପାନୀର ଏହି ପ୍ଲାନରେ ୫ ଜିବି ପର୍ଯ୍ୟନ୍ତ ଡାଟା ସୁବିଧା ମିଳୁଛି । ଏହାବାଦ ଏଥିରେ ଗୋଟେ ମାସ ପାଇଁ Wynk Premium ସବସ୍କ୍ରିପସନ ମିଳୁଛି । ଏହାର କୌଣସି ଭ୍ୟାଲିଡିଟି ନାହିଁ । ଆପଣଙ୍କ ମେନ ପ୍ଲାନର ବୈଧତା ପର୍ଯ୍ୟନ୍ତ ହିଁ ଏହାର ଭ୍ୟାଲିଡିଟି ରହିବ ।

Airtelର ୨୪୮ ଟଙ୍କିଆ ପ୍ଲାନ:

ଏହି ପ୍ଲାନରେ ସମୁଦାୟ ୨୫ ଜିବି ଡାଟା ମିଳିବ । ଏହି ପ୍ଲାନର ବି କୌଣସି ଏକ୍ସଟ୍ରା ଭ୍ୟାଲିଡିଟି ନାହିଁ । ଆପଣଙ୍କ ମେନ ପ୍ଲାନର ବୈଧତା ଯାଏଁ ଏହି ପ୍ଲାନର ଭ୍ୟାଲିଡିଟି ରହିବ । ଏହି ପ୍ଲାନରେ ବି Wynk Premium ସବସ୍କ୍ରିପସନ ଗୋଟେ ବର୍ଷ ପାଇଁ ମିଳୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.